ନୂଆଦିଲ୍ଲୀ - ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ବିରୋଧରେ ତାଙ୍କର ହିଁ ଦେଶ ଗିରଫଦାରୀ ୱାରେଣ୍ଟ ଜାରି କରିଛି। ଏହି ୱାରେଣ୍ଟ ପାକିସ୍ତାନ କବଜାରେ ଥିବା ବଲୁଚିସ୍ତାନର ନିର୍ବାଚିତ ସରକାର (ବଲୁଚିସ୍ତାନ ଗଣରାଜ୍ୟ) ଜାରି କରିଛି। ଏଥିରେ ଶହବାଜ ସରିଫଙ୍କ ଉପରେ ବଲୁଚିସ୍ତାନର ଭିସା ନିୟମର ଉଲ୍ଲଙ୍ଘନ କରିବାର ଅଭିଯୋଗ କରାଯାଇ ଥିଲା। ତାଙ୍କ ଉପରେ ବଲୁଚିସ୍ତାନର ସାର୍ବଭୌମତ୍ୱକୁ ଗୁରୁତର ଓ ଜାଣିଶୁଣି କ୍ଷତି ପହଞ୍ଚାଇବାକୁ ମଧ୍ୟ ଅଭିଯୋଗ ହୋଇଛି। ଶହବାଜ ସରିଫଙ୍କ ବିରୋଧରେ ଏହି ଗିରଫଦାରୀ ୱାରେଣ୍ଟର ଘୋଷଣା ବଲୁଚିସ୍ତାନ ନେତା ମିର ୟାର ବଲୋଚ କରିଛନ୍ତି , ଯିଏକି ସୋସିଆଲ ମିଡ଼ିଆରେ ବଲୁଚିସ୍ତାନର ସ୍ୱାଧୀନତାକୁ ଦର୍ଶାଇବା ସହ ପାକିସ୍ତାନର ନାଗରିକ ତଥା ସୈନ୍ୟ ପ୍ରଶାସନର ସମାଲୋଚନା କରିଥାନ୍ତି।
ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ବଲୁଚିସ୍ତାନ ଗଣରାଜ୍ୟ ବଲୁଚିସ୍ତାନର ଭିସା ନିୟମର ଉଲ୍ଲଙ୍ଘନର ଅଭିଯୋଗରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଦ ସରିଫଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିଛି। ୮ ଜାନୁଆରୀ ୨୦୨୬ରେ ଜାରି ନିର୍ଦ୍ଦେଶ ଅନୁସାରେ , ପାକିସ୍ତାନର ପ୍ରଧାନମନ୍ତ୍ରୀ ବଲୁଚିସ୍ତାନ ଗଣରାଜ୍ଯ ଦ୍ୱାରା ବଲୁଚିସ୍ତାନର ସାର୍ବଭୌମତ୍ୱର ଗମ୍ଭୀର ଓ ଜାଣିଶୁଣି ଉଲ୍ଲଙ୍ଘନ ପାଇଁ ଗିରଫ କରାଯାଇ ପାରେ , ଯେଉଁଥିରେ ବୈଧ ଭିସା ବିନା ଅବୈଧ ପ୍ରବେଶ ମଧ୍ୟ ସାମିଲ ଅଛି। ବଲୁଚିସ୍ତାନ ଗଣରାଜ୍ୟର ଆଇନ ଓ ସାର୍ବଭୌମତ୍ୱ ଅଧିକାର ଅନୁସାରେ , ଏମିତି ଗିରଫଦାରୀ ବଲୁଚିସ୍ତାନର କୌଣସି ବି ବିମାନ ବନ୍ଦରରେ ଆଗମନ ସମୟ କିମ୍ୱା ପ୍ରସ୍ଥାନ ସ୍ଥଳରେ କରାଯାଇ ପାରେ।
The Republic of Balochistan issues arrest warrant of Pakistan's PM Shehbaz Sharif over violation of Balochistan's visa rules.
— Mir Yar Baloch (@miryar_baloch) January 8, 2026
8th January 2026
The Prime Minister of Pakistan is liable to arrest by the Republic of Balochistan for grave and deliberate violations of Balochistan’s… pic.twitter.com/v1R9PpkgOo
ସେ ଆହୁରି କହିଛନ୍ତି ଯେ, ବଲୁଚିସ୍ତାନ ଗଣରାଜ୍ୟ ପଡୋଶୀ ରାଜ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ବିରୋଧରେ ବୈଧ ଭିସା କିମ୍ୱା ଆଇନଗତ ଅନୁମତି ବିନା ବଲୁଚିସ୍ତାନ କ୍ଷେତ୍ରରେ ଅବୈଧ ପ୍ରବେଶ ପାଇଁ ଗିରଫଦାରୀ ୱାରେଣ୍ଟ ଜାରି କରିଥାଏ। ଏହି କାର୍ଯ୍ୟ ବଲୁଚିସ୍ତାନର ଆଞ୍ଚଳିକ ଅଖଣ୍ଡତାର ଘୋର ଉଲ୍ଲଙ୍ଘନ ଓ ଏହାର ବିମାନ କ୍ଷେତ୍ରର ବେଆଇନ ଉଲ୍ଲଙ୍ଘନ। ବଲୁଚିସ୍ତାନ ଗଣରାଜ୍ୟ ଏହି କାର୍ଯ୍ୟର କଡ଼ା ଓ ସ୍ପଷ୍ଟ ଶବ୍ଦରେ ନିନ୍ଦା କରିଥାଏ।