ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ବିଶ୍ୱବ୍ୟାଙ୍କର ଶରଣ ନେବ ପାକିସ୍ତାନ , ଭାରତର ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତିକୁ କରିବ ଚ୍ୟାଲେଞ୍ଜ

Published By : Prameya | April 29, 2025 5:03 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରି ଦେଇଛି। ଆର୍ଥିକ ମାମଲାରେ ଲଗାତାର ବିଫଳ ସାବ୍ୟସ୍ତ ହେଉଥିବା ପଡୋଶୀ ଦେଶ (ପାକିସ୍ତାନ) ପାଇଁ ଏହି ନିଷ୍ପତ୍ତି କୌଣସି ବଡ଼ ଝଟକା ଠାରୁ କମ୍‌ ନୁହେଁ, କାରଣ ଏହାର ଅର୍ଥବ୍ୟବସ୍ଥାର ବଡ଼ ଭାଗ ଆଜି ବି ଚାଷ ଉପରେ ନିର୍ଭରଶୀଳ। ଏହି ନିଷ୍ପତ୍ତିକୁ ନେଇ ପାକିସ୍ତାନର ଚିନ୍ତା ବଢି ଯାଇଛି। ଏହା ଏହି କଥାରୁ ଜଣାପଡ଼ୁଛି , ଯେତେବେଳେ ସରିଫ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି ଭାରତ ଏମିତି କରେ ତ ଏହାକୁ ଆକ୍ଟ ଅଫ୍‌ ୱାର ମନେକରାଯିବ। ଏବେ ଏମିତି ଉତ୍ତେଜିତ ମାହୋଲରେ ପାକିସ୍ତାନ ପକ୍ଷରୁ ଭାରତର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବାର ରୂପରେଖ ପ୍ରସ୍ତୁତ କରାଯାଉଛି।

ରୟଟର୍ସର ରିପୋର୍ଟ ମୁତାବିକ, ପାକିସ୍ତାନର ଶହବାଜ ସରିଫ୍‌ ସରକାରଙ୍କ ମନ୍ତ୍ରୀ କହିଛନ୍ତି , ଭାରତ ନେଇଥିବା ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଅତି କମ୍‌ରେ ୩ଟି ଅଲଗା ଅଲଗା ଆଇନଗତ ବିକଳ୍ପ ଉପରେ ପ୍ରସ୍ତୁତି କରୁଛି। ପାକିସ୍ତାନର ରାଜ୍ୟ ଆଇନମନ୍ତ୍ରୀ ଅକିଲ ମଲିକ୍‌ଙ୍କ ଅନୁସାରେ , ଏହି ୩ଟି ବିକଳ୍ପରେ ସର୍ବ ପ୍ରଥମେ ଏହା ଯେ, ପାକିସ୍ତାନ ଏହି ସନ୍ଧିକୁ କାର୍ଯ୍ୟକାରୀ କରିଥିବା ବିଶ୍ୱବ୍ୟାଙ୍କର ସାମ୍ନାରେ ଏହି ମାମଲାକୁ ଉଠାଇ ପାରେ।  

ପାକିସ୍ତାନୀ ମନ୍ତ୍ରୀଙ୍କ ମୁତାବିକ , ୨ୟ ଓ ୩ୟ ବିକଳ୍ପ ଭାବେ ପାକିସ୍ତାନ ‘ଅନ୍ତର୍ଜାତୀୟ ମଧ୍ୟସ୍ଥତା ନ୍ୟାୟାଳୟ’ ବା ହେଗ୍‌ ସ୍ଥିତ ‘ ଅନ୍ତରାଷ୍ଟ୍ରୀୟ କୋର୍ଟ ’ ରେ ମଧ୍ୟ ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ। ଇଣ୍ଟରନ୍ୟାସନାଲ କୋର୍ଟରେ ଭାରତ ଉପରେ ଏହି ଅଭିଯୋଗ ଲଗାଯାଇ ସାରିଛି ଯେ, ଭାରତ ସନ୍ଧି ଗୁଡ଼ିକର ଆଇନରେ ୧୯୬୦ରେ କରାଯାଇ ଥିବା ଭିଏନା କନଭେନସନର ଉଲ୍ଲଂଘନ କରିଛି। 

ମଲିକଙ୍କ ମୁତାବିକ , ପାକିସ୍ତାନୀ ସରକାର ଓ ଅଧିକାରୀଙ୍କ ମଧ୍ୟରେ ଏହି ମାମଲାରେ ଆଇନଗତ ରଣନୀତିରେ ଆଲୋଚନା ପାଖାପାଖି ପୂରା ହୋଇ ସାରିଛି। ସରକାର ଏହି ତିନୋଟି ମଧ୍ୟରୁ କେଉଁ ରାସ୍ତାରେ ଆଗକୁ ବଢିବ ବା ଗୋଟିଏରୁ ଅଧିକ ରାସ୍ତାରେ ଆଗକୁ ବଢିବାର ନିଷ୍ପତ୍ତି ନେଉଛି। ଏହା ଉପରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆ ଯିବ। ମଲିକ୍‌ କହିଛନ୍ତି ଯେ, ମୋ ହିସାବରେ ଗୋଟିଏରୁ ଅଧିକ ରାସ୍ତାରେ ଆଗକୁ ବଢିବାର ସମ୍ଭାବନା  ଅଧିକ ଅଛି।

ପାକିସ୍ତାନ ପକ୍ଷରୁ ଏହି ମାମଲାକୁ ନେଇ ଖୁବ୍‌ ହୋ ହାଲ୍ଲା ଚାଲିଛି। ଅନ୍ୟପଟେ, ଭାରତର ଜଳ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଯେତେବେଳେ ଏହି ମାମଲାରେ ପ୍ରତିକ୍ରିୟା ମଗା ଯାଇଛି , ସେମାନେ ଏଥିରେ କିଛି କହିବାକୁ ମନାକରି ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.