ନୂଆଦିଲ୍ଲୀ,୧୫/୦୫; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ୫ ଦେଶ ଗସ୍ତରେ ବାହାରିଛନ୍ତି । ପ୍ରଥମ ଦିନରେ ୟୁଏଇ ଗସ୍ତ କରିଛନ୍ତି । ଆବୁଧାବିରେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ୍ ନାହୟାଙ୍କୁ ଭେଟିଛନ୍ତି । ଏହି ସମୟରେ, ଦୁଇ ଦେଶ ମଧ୍ୟରେ ବଡ଼ ଡିଲ୍ ହୋଇଛି । ପ୍ରତିରକ୍ଷା, ଶକ୍ତି ଏବଂ ନିବେଶ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୟୁଏଇ ଭାରତରେ ୫ ଅରବ ଡଲାର ନିବେଶ କରିବାକୁ ଘୋଷଣା କରିଛି । ଏହି ନିବେଶ ଭାରତୀୟ ଇନଫ୍ରାଷ୍ଟକଚର, ଆରବିଏଲ ବ୍ୟାଙ୍କରେ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇକୁ ତାଙ୍କର ଦ୍ୱିତୀୟ ଘର ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ସବୁ କଷ୍ଟକର ପରିସ୍ଥିତିରେ ଭାରତ ୟୁଏଇ ସହିତ ଛିଡା ହେବ । ଆମେ ପ୍ରତ୍ୟେକ କ୍ଷେତ୍ରରେ ଏକାଠି ଆଗକୁ ବଢ଼ିବୁ । ପଶ୍ଚିମ ଏସିଆରେ ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉ ଛି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେଇଆସିଛି । ଆମର ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ହୋର୍ମୁଜକୁ ମୁକ୍ତ ଏବଂ ଖୋଲା ରଖିବା । ଏହା କରିବା ପାଇଁ, ଅନ୍ତର୍ଜାତୀୟ ଆଇନ ପାଳନ କରିବା ଅତ୍ୟାବଶ୍ୟକ । ଭାରତ ସମସ୍ତ ପରିସ୍ଥିତିରେ ୟୁଏଇ ସହିତ ଛିଡ଼ା ହୋଇଛି ଏବଂ ଏହା ଜାରି ରଖିବ। ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ, ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବ ।''

ଇରାନ ଯୁଦ୍ଧ ଏବଂ ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ଭାରତ ଏବଂ ୟୁଏଇ ମଧ୍ୟରେ ଏକ ପ୍ରମୁଖ ଶକ୍ତି ଚୁକ୍ତି ହୋଇଛି । ଦୁଇ ଦେଶ ମଧ୍ୟରେ ଏଲପିଜି ଯୋଗାଣ ସମ୍ପର୍କରେ ଏକ ଚୁକ୍ତି ହୋଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଚୁକ୍ତି ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ୟୁଏଇ ଗସ୍ତରେ ଅଛନ୍ତି । ସେ ୟୁଏଇରେ ଇରାନୀ ଆକ୍ରମଣକୁ ନିନ୍ଦା କରି କରିଛନ୍ତି ଏବଂ କହିଛନ୍ତି ଯେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ସମସ୍ତ ପ୍ରକାରର ସହୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ହୋର୍ମୁଜ ପ୍ରଣାଳୀ ଦେଇ ସୁଗମ ଜାହାଜ ଚଳାଚଳ ସୁନିଶ୍ଚିତ କରିବା ଜରୁରୀ ହୋଇଯାଇଛି । ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ  ଯାହା ଆବଶ୍ୟକ କରାଯିବ । ଦୁଇ ଦେଶ ମଧ୍ୟରେ  ରଣନୈତିକ ପ୍ରତିରକ୍ଷା ସହଭାଗୀତା ପାଇଁ ଏକ ଢାଞ୍ଚା ମଧ୍ୟ ପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀ ଚାରି ଘଣ୍ଟାର ଗସ୍ତ ପାଇଁ ୟୁଏଇରେ ପହଞ୍ଚିଛନ୍ତି । ତା ପରେ ୟୁରୋପ ଗସ୍ତରେ ବାହାରିବେ । ଭାରତ ଏବଂ ୟୁଏଇ ରଣନୈତିକ ପେଟ୍ରୋଲିୟମ ଭଣ୍ଡାର ଉପରେ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ରନ୍ଧନ ଗ୍ୟାସ ଯୋଗାଣ ଉପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । ୟୁଏଇ ସମ୍ପ୍ରତି ଭାରତର ଭିତ୍ତିଭୂମି ଏବଂ ଆରବିଏଲରେ ଏକ ପ୍ରମୁଖ ନିବେଶ ଘୋଷଣା କରିଛି । ରିପୋର୍ଟ ଅନୁସାରେ ୟୁଏଇ ପ୍ରାୟ ୫ ବିଲିୟନ ଡଲା ନିବେଶ କରିବ ।​​​​​​​

ଏହା ବି ପଢନ୍ତୁ...Unnao Rape Case: ପୂର୍ବତନ ବିଧାୟକ କୁଲଦୀପ ସେଙ୍ଗରଙ୍କୁ ସୁପ୍ରିମ୍ ଧକ୍କା; ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ରଦ୍ଦ !