ୱାଶିଂଟନ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରାତିରେ ଇରାନର ମାନବ ସଭ୍ୟତାକୁ ଧ୍ୱଂସ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ,ଯଦି ଇରାନ ସ୍ଥିର ସମୟ ସୀମା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନଖୋଲେ ତ , ଆଜି ରାତିରେ ଏକ ପୂରା ସଭ୍ୟତା ଶେଷ ହୋଇଯିବ, ଯାହାକୁ ପୁଣି କେବେ ଆଉ ଫେରାଇ ଆଣି ହେବ ନାହିଁ। ଏହା ପୂର୍ବରୁ ଟ୍ରମ୍ପ ହ୍ୱାଇଟ୍ ହାଉସ୍ରେ ଏକ କନଫରେନ୍ସ ବେଳେ ହର୍ମୁଜ ପ୍ରଣାଳୀ ଖୋଲିବାର ଚେତାବନୀ ଦେଇ ,ଇରାନର ପାୱାର ପ୍ଲାଣ୍ଟ ଓ ବ୍ରିଜକୁ ଧ୍ୱଂସ କରିବା କଥା ଦୋହରାଇ ଥିଲେ। ସେ କହିଥିଲେ ଯେ, ଇରାନକୁ ଗୋଟିଏ ହିଁ ରାତିରେ ଶେଷ କରାଯାଇ ପାରେ। ଏହି ସ୍ଥିତିରେ ଆଶଙ୍କା କରାଯାଉଛି ଯେ, ଟ୍ରମ୍ପ କଣ ଇରାନ ବିରୋଧରେ ପରମାଣୁ ଅସ୍ତ୍ରକୁ ନିୟୋଜିତ କରିବେ।
ଦ ଗାର୍ଡିୟନକୁ ମାସାଚୁସେଟ୍ସ ଏମହର୍ଷ୍ଟ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନର ପ୍ରଫେସର ଚାର୍ଲି କାରପେଣ୍ଟର କହିଛନ୍ତି ,ଟ୍ରମ୍ପଙ୍କ ଧମକର ସଂଖ୍ୟା ବୃଦ୍ଧି ଓ ଯୁଦ୍ଧରୁ ବାହାରିବାର ରାସ୍ତା ଖୋଜିବା ତାଙ୍କର , ହତାଶା ବୃଦ୍ଧିର ଏହି ଆଶଙ୍କାକୁ ବଢାଇ ଦେଇଛିଯେ, ଜଣେ ଅସ୍ଥିର ରାଷ୍ଟ୍ରପତି ପରମାଣୁ ଅସ୍ତ୍ରର ବ୍ୟବହାର କରିବାକୁ ଚେଷ୍ଟା କରି ପାରନତି। ହେଲେ ସେ ଏହା ମଧ୍ୟ କହିଛନ୍ତି ଟ୍ରମ୍ପଙ୍କୁ ଏମିତି କରିବା ପାଇଁ ଅନେକ ପ୍ରତିବନ୍ଧକକୁ ଅତିକ୍ରମ କରିବାକୁ ପଡ଼ିବ। ଏହା ସତ୍ତ୍ୱେ ଟ୍ରମ୍ପଙ୍କ ପାଖରେ ଏହି ଅଧିକାର ଅଛି ଯେ, ସେ କୌଣସି ଦେଶ ବିରୋଧରେ ପରମାଣୁ ଆକ୍ରମଣର ଆଦେଶ ଦେଇ ପାରନ୍ତି।
ପରମାଣୁ ଆକ୍ରମଣର ଆଦେଶ ଦେବାର ଅଧିକାର କାହା ପାଖରେ ଅଛି ?
ଆମେରିକୀୟ ପ୍ରଣାଳୀ ଅନୁସାରେ ,ପରମାଣୁ ଆକ୍ରମଣର ଆଦେଶ ଦେବାର ଏକମାତ୍ର ଅଧିକାର ଆମେରିକୀୟ ରାଷ୍ଟ୍ରପତିଙ୍କ ପାଖରେ ଥାଏ। ଏମିତି କରିବା ପାଇଁ , ସେ ରାଷ୍ଟ୍ରୀୟ ସେନା କମାଣ୍ଡ କେନ୍ଦ୍ରର ସୁରକ୍ଷା ସମ୍ମିଳନୀ ଡ଼ାକନ୍ତି, ଯେଉଁଥିରେ ସାଧାରଣତଃ ପ୍ରତିରକ୍ଷା ମନ୍ତ୍ରୀ , ସଶସ୍ତ୍ର ବାହିନୀର କମାଣ୍ଡରଙ୍କ ଭଳି ବରିଷ୍ଠ ଅଧିକାରୀ ସାମିଲ ହୁଅନ୍ତି, କିନ୍ତୁ ଏହା ଏହି କଥା ଉପରେ ନିର୍ଭର କରେ କମ୍ ସମୟରେ କିଏ ଉପଲବ୍ଧ ଅଛି।
ଟ୍ରମ୍ପଙ୍କୁ ପରମାଣୁ ଆକ୍ରମଣରୁ କେମିତି ରୋକା ଯାଇ ପାରିବ ?
ରାଷ୍ଟ୍ରପତିଙ୍କ ସର୍ବଦା ନିକଟରେ ରହୁଥିବା ଜଣେ ସେନା ସହଯୋଗୀ ‘ନ୍ୟୁକ୍ଲିୟର ଫୁଟବଲ’ ନାମକ ଏକ ବ୍ରିଫକେସ୍ ଖୋଲୁ ଥିଲେ ,ଯେଉଁଥିରେ ପରମାଣୁ ଆକ୍ରମଣର ବିକଳ୍ପ ଗୁଡ଼ିକ ସହ ତାଙ୍କର ରାଷ୍ଟ୍ରପତି ପଦର ଶକ୍ତି ସ୍ପଷ୍ଟ କରୁଥିବା କୋଡ୍ ମଧ୍ୟ ରହୁଥିଲା। ଏହି ନିର୍ଦ୍ଦେଶକୁ ରୋକିବାର ଏକମାତ୍ର ଉପାୟ ଏହା ହେବ ଯେ, ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଏହାକୁ ଅବୈଧ ଘୋଷିତ କରିଦିଆ ଯାଏ।
ଆମେରିକାର ପରମାଣୁ ନୀତି କଣ ?
ଆମେରିକାର ପରମାଣୁ ନୀତିର ମୁଖ୍ୟ ଉଦ୍ଦେଶ୍ୟ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା, ସହଯୋଗୀଙ୍କୁ ସୁରକ୍ଷା ଗାରେଣ୍ଟି ଦେବା ଓ ପରମାଣୁ ପ୍ରସାରକୁ ରୋକିବା। ଏହି ନୀତି ପରମାଣୁ ଅସ୍ତ୍ରର ଉପଯୋଗକୁ କେବଳ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଯାଏ ସୀମିତ ରଖେ , ଯେଉଁଥିରେ ପ୍ରଥମ ବ୍ୟବହାରର ବିକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ଏହାସହ ଆମେରିକା ତାର ପରମାଣୁ ଅସ୍ତ୍ରାଗାରକୁ ଆଧୁନିକୀକରଣ କରୁଛି। ଆମେରିକା ଏନପିଟି ଅନୁସାରେ ଘୋଷିତ ପାଞ୍ଚଟି ପରମାଣୁ ଅସ୍ତ୍ର ସଂପନ୍ନ ଦେଶ ଗୁଡ଼ିକ ମଧ୍ୟରେ ଗୋଟିଏ ଏବଂ ପରମାଣୁ ଅସ୍ତ୍ରର ପ୍ରସାରକୁ ରୋକିବାର ପ୍ରତିବଦ୍ଧତା ରଖି ଥାଏ।
ଏହାସହ ମଧ୍ୟ ପଢନ୍ତୁ : ଆମେରିକାର ଟାର୍ଗେଟ୍ରେ ଖର୍ଗ ଦ୍ୱୀପ , ୟୁଏସ୍ର ବାୟୁସେନା କ୍ରୁଡ୍ ଅଏଲ ଏକ୍ସପୋର୍ଟ ହବ୍କୁ କଲା ଟାର୍ଗେଟ୍