ନୂଆଦିଲ୍ଲୀ,୬।୯:  ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଭଳି ପଳାତକ ବ୍ୟବସାୟୀଙ୍କୁ ନେଇ ବଡ଼ । ସମାଚାର ଏଜେନ୍ସି ଏଏନ୍‌ଆଇର ରିପୋର୍ଟ ଅନୁସାରେ, ବ୍ରିଟେନର କ୍ରାଉନ୍ ପ୍ରସିକ୍ୟୁସନ୍‌ ସର୍ଭିସ (ସିପିଏସ୍) ର ଏକ ପ୍ରତିନିଧିମଣ୍ଡଳୀ ନିକଟରେ ନୂଆଦିଲ୍ଲୀ ସ୍ଥିତ ତିହାର ଜେଲ୍‌ର ନିରୀକ୍ଷଣ କରିଛନ୍ତି। ଆଶା କରାଯାଉଛି ଯେ, ବ୍ରିଟିସ୍ ସରକାର ଏହି ଦୁଇ ବ୍ୟବସାୟୀଙ୍କୁ ଖୁବ୍ ଶୀଘ୍ର ପ୍ରତ୍ୟର୍ପଣ କରିବାର ମଞ୍ଜୁରୀ ଦେଇପାରନ୍ତି।

ସିପିଏସ୍‌ ଟିମ୍‌ ତିହାରର ହାଇ ସିକ୍ୟୁରିଟି ଓ୍ବାର୍ଡକୁ ଗସ୍ତ କରିଥିଲା। ଏହି ସମୟରେ କଏଦୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଭାରତୀୟ ଅଧିକାରୀ ପ୍ରତିନିଧି ମଣ୍ଡଳୀ ଆଶ୍ବାସନା ଦେଇଛନ୍ତି ଯେ, ଭାରତ ଅଣାଯାଇଥିବା ଅନ୍ତର୍ଜାତୀୟ ପଳାତକଙ୍କୁ ସୁରକ୍ଷିତ ସ୍ଥିତିରେ ରଖାଯିବ ଓ ଦରକାର ପଡିଲେ ଜେଲ ଭିତରେ ହାଇ-ପ୍ରୋଫାଇଲ କଏଦୀଙ୍କ ପାଇଁ ଏକ ସ୍ବତନ୍ତ୍ର ‘ଏନକ୍ଲେଭ’ ତିଆରି କରାଯାଇପାରେ।

ଏହି ନିରିକ୍ଷଣ ବ୍ରିଟିସ୍‌ କୋର୍ଟ ଦ୍ବାରା ପୂବର୍ରୁ ଉଠାଇଥିବା ବାରମ୍ବାର ପ୍ରଶ୍ନ ପରେ କରାଯାଉଛି, ଯିଏକି ଜେଲ୍‌ର ସ୍ଥିତି  ଦେଖି ଭାରତର ପ୍ରତ୍ୟର୍ପଣ ଅନୁରୋଧକୁ ଖାରଜ କରିଦେଇଥିଲେ। ଏହି ବାଧାକୁ ଦୂର କରିବା ପାଇଁ, ଭାରତ ଗ୍ୟାରେଣ୍ଟି ଦେଇଛି ଯେ, କଷ୍ଟଡିରେ କୌଣସି ଅଭିଯୁକ୍ତକୁ ବେଆଇନ ଭାବରେ ପଚରାଉଚରା କରାଯିବନି। ବର୍ତ୍ତମାନ ଭାରତର ୧୭୮ ପ୍ରତ୍ୟର୍ପଣ ଅନୁରୋଧ ବିଦେଶରେ ପଡିଛି, ଯେଉଁଥିରୁ ପ୍ରାୟ ୨୦ ୟୁନାଇଟେଡ୍‌ କିଙ୍ଗଡମ୍ ନିକଟରେ ରହିଛି। ଏଥିରେ ହତିଆର ଡିଲର ଓ ଖଲିସ୍ତାନୀ ଗୋଷ୍ଠୀ ସମ୍ପର୍କିତ ବ୍ୟକ୍ତିଙ୍କ ମାମଲା ରହିଛି। 

ସବୁଠାରୁ ହାଇପ୍ରୋଫାଇଲ୍ ମାମଲା ମଧ୍ୟରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ରହିଛନ୍ତି, ଯାହାଙ୍କ ଉପରେ ୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଋଣ ପରିଶୋଧ ନକରିବା ଅଭିଯୋଗ ରହିଛି । ୧୩,୮୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ମଧ୍ୟ ରହିଛନ୍ତି। ମାର୍ଚ୍ଚ ୨୦୧୯ରେ ଲଣ୍ଡନରେ ଗିରଫ ହୋଇଥିବା ମୋଦିଙ୍କୁ ୟୁକେ ହାଇକୋର୍ଟ ପୂର୍ବରୁ ପ୍ରତ୍ୟର୍ପଣ ମଞ୍ଜୁର କରିସାରିଛନ୍ତି, କିନ୍ତୁ ସେ ଏବେ ସେ ଅଛନ୍ତି।