ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବତୀ ସାପକୁ ଦେଖି କିଛି କହୁଛନ୍ତି । ଆଉ ସାପ ଧରାଳୀମାନେ ଧରୁଥିବା ବାଡ଼ି ଧରିଥିବା ନଜର ଆସିଛନ୍ତି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।
ଭାଇରାଲ ହେଉଥିବା ଭିଡିଓରେ ଯୁବତୀ ଜଣକ ଏକ ସୁନ୍ଦର ପୋଷାକ ପିନ୍ଧିଛନ୍ତି । ସେ ଏକ ଜଙ୍ଗଲିଆ ସ୍ଥାନରେ ରହିଛନ୍ତି । ସେ ବେଶ ସାବଧାନତାର ସହ ନାଗ ସାପଟିକୁ ଉଦ୍ଧାର କରିଛନ୍ତି । ଏହାସହ ସେ ଭିଡିଓରେ କହିଛନ୍ତି କି, ମୋତେ କେହି ବି ଚାହୁଁ ନାହାନ୍ତି । ହେଲେ ଇଏ ମୁଁ ଯେଉଁ ପଟକୁ ଯାଉଛି ସେ ଚାହୁଁଛି । ଭିଡିଓରେ ସାପଟି ମଧ୍ୟ ସେ ଯେଉଁ ପଟକୁ ଯାଉଥିଲେ ସେପଟକୁ ଚାହୁଁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ୟୁଜର୍ସମାନେ ମଜାଳିଆ ମଜାଳିଆ କମେଣ୍ଟ ଦେଉଛନ୍ତି ।
୯ ମିଲିୟନରୁ ଅଧିକ ଏହି ଭିଡିଓରେ ଭିୟ୍ୟୁର୍ସ ହୋଇଛନ୍ତି । କମେଣ୍ଟରେ କିଏ ଲେଖୁଛି ମୁଁ ସାପକୁ ଦେଖିବା ପରେ ବେହୋସ ହୋଇଥାନ୍ତି ତ ଆଉ କିଏ କମେଣ୍ଟ କରୁଛି ସାପଟି ବୋଧେ ଯୁବତୀଙ୍କ ଫଲୋର୍ସ । ଯେଉଁ କାରଣରୁ ସେ କଥା ମାନୁଛି । ଏଭଳି ଭାବେ ବିଭିନ୍ନ କମେଣ୍ଟ ଆସୁଥିବାବେଳେ ଏହା ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା RCB,ବ୍ୟାଟିଂ କରିବ ଗୁଜରାଟ