ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଗ୍ୟାସ ସିଲିଣ୍ଡର ନିଆଁରେ ଜଳିଗଲେ ସରପଞ୍ଚ ଓ ତାଙ୍କ ପତ୍ନୀ, ଜଣେ ମୃତ

Published By : Anindita | January 3, 2025 1:59 PM

ବୌଦ୍ଧ,୦୩/୦୧:   ନିଆଁ ଲାଗି ଜଳିଗଲେ ସରପଞ୍ଚ ଓ ତାଙ୍କ ପତ୍ନୀ । ରୋଷେଇ ଗ୍ୟାସ ସିଲିଣ୍ଡରରୁ ନିଆଁ ଚାରିଆଡ଼େ ଖେଳିଯାଇଥିବା ବେଳେ ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ । ସେହପରି ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ସରପଞ୍ଚ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଏନେଇ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସରପଞ୍ଚଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।  ତେବେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ବାଣୀଭୂଷଣପୁର ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ବାଣୀଭୂଷଣପୁର ଗ୍ରାମର ବିଷ୍ଣୁପ୍ରିୟା ମେହେର ବେଳେ  ଗୁରୁତର ଜଣକ ବାଣୀଭୂଷଣପୁର ସରପଞ୍ଚ ଶ୍ରିବନ୍ତ ମେହେର । 

ସୂଚନା ଅନୁଯାୟୀ, ବାଣୀଭୁଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେରଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ରୋଷେଇ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଶ୍ରୀବନ୍ତଙ୍କ ପତ୍ନୀ ବିଷ୍ଣୁପ୍ରିୟାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ପତ୍ନୀଙ୍କୁ ନିଆଁ ଦାଉରୁ ଉଦ୍ଧାର କରୁଥିବା ବେଳେ ସ୍ବାମୀ ମଧ୍ୟ ପୋଡି ଯାଇଥିଲେ । ଉଭୟଙ୍କୁ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ଶ୍ରୀବନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସମ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ  ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.