ଭଞ୍ଜନଗର,୧/୧୧ : ପାଣି ଆଣିବାକୁ ଯାଇ ନାଳ ସୋତ୍ରରେ ଭାସିଯାଇ ନିଖୋଜ ଥିଲେ ମହିଳା। ୪ ଦିନ ଧରି ନିଖୋଜ ରହିବା ପରେ ଶନିବାର ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ଦମକଳ ବାହିନୀ। ମୃତ ମହିଳା ଜଣକ ହେଲେ ବିରିକୋଟ ଗ୍ରାମର ଅମ୍ବି ନାଇକ (୫୫)।
ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୨୯ ତାରିଖରେ ବାତ୍ୟା ମୋନ୍ଥାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ପାଣିର ସ୍ରୋତ ବଢ଼ିଯାଇଥିଲା। ବିରିକୋଟ ଗ୍ରାମର ଅମ୍ବି ନାଇକ ସନ୍ଧ୍ୟାରେ ସେହି ନାଳକୁ ଯାଇଥିବା ବେଳେ ହଠାତ୍ ବନ୍ୟା ଭଳି ପାଣି ମାଡି ଆସିବାରୁ ସେହି ସୁଅରେ ଭାସି ଯାଇଥିଲେ। ଏକଥା ଜଣାପଡିବା ପରେ ପୁରା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଦମକଳ ଓ ଓଡ୍ରାଫ୍ ଟିମ୍ ସହ ସେହି ସନ୍ଧ୍ୟାରେ ଓ ତାପରଦିନ ସକାଳେ ଖୋଜାଖୋଜି କରିଥିଲେ ମଧ୍ୟ ଉକ୍ତ ମହିଳା ଙ୍କ କୈଣସି ସନ୍ଧାନ ପାଇ ପାରିନଥିଲେ। ଆଉ ଶନିବାର ଏହି ଘଟଣାର ୪ ଦିନ ରେ ଗାଁ ଠାରୁ କିଛି ଦୂରରେ ଉକ୍ତ ମହିଳାଙ୍କ ଶବ ଜଙ୍ଗଲି ନାଳ ରେ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ଦମକଳ ବାହିନୀକୁ ସୂଚନା ଦେବାପରେ ଘଟଣାସ୍ଥଳରୁ ଶବ କୁ ଉଦ୍ଧାର କରିଛି ଦମକଳ ବାହିନୀ। ଅପରପକ୍ଷରେ ପୁଲିସ ଶବକୁ ଜବତ କରି ଏହାର ବ୍ୟବଚ୍ଛେଦ ପାଇଁ ପଠାଇଛି। ପୂର୍ବରୁ ଏନେଇ ଭଞ୍ଜନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା।