ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନିଆଁ ଲାଗି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର : ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା

Published By : Prameya | January 3, 2025 7:07 PM

ବୌଦ୍ଧ : ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଏଭଳି ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଚାରି ଛକ ଠାରେ ଘଟିଛି। ମୃତ ମହିଳାଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଦିଆଯାଇଥିବା ସୂଚନା ଅନୁସାରେ, ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀବନ୍ତ ମେହେର, ଗୁରୁବାର ଦିନ ବୌଦ୍ଧ ମହୋତ୍ସବକୁ ଯାଇ ରାତିରେ ଘରକୁ ଫେରିଥିଲେ। ତାଙ୍କ ପାଇଁ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ପତ୍ନୀଙ୍କ ଦେହରେ ଲାଗି ଯାଇଥିଲା। ଏହାପରେ ଘର ଭିତରୁ ଚିତ୍କାର ଶୁଣିବାକୁ ମିଳିଥିଲା।

ଏପଟେ ସ୍ତ୍ରୀ ବିଷ୍ଣୁପ୍ରିୟା ମେହେରଙ୍କ ଦେହରେ ନିଆଁଲାଗି ଜଳୁ ଥିବାର ଦେଖି ସ୍ୱାମୀ ଶ୍ରୀବନ୍ତ ମେହେର, ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ଉଭୟ ସ୍ୱାମୀ - ସ୍ତ୍ରୀଙ୍କୁ ନିକଟସ୍ଥ ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସରପଞ୍ଚ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଥିବା ଜଣାପଡ଼ିଛି। କେମିତି ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଲା, ତାର କାରଣ ଅସ୍ପଷ୍ଟ ରହିଛି।

ଘଟଣାକୁ ନେଇ ପୁରୁଣା କଟକ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ସ୍ୱାମୀ ଶ୍ରୀବନ୍ତ ମେହେର ବାଣୀଭୂସନ ସରପଞ୍ଚ ଥିବା ବେଳେ ଜଣେ ଜଣାଶୁଣା ରାଜନୈତିକ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ। ଅନ୍ୟପଟେ ସ୍ତ୍ରୀ ବିଷ୍ଣୁପ୍ରିୟା ମେହେର ଜଣେ ଶିକ୍ଷୟତ୍ରୀ ଥିଲେ। ତାଙ୍କର ହଠାତ୍‌ ଏଭଳି ବିୟୋଗ ଶୁଣି ଶିକ୍ଷକ ମହଲରେ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ଚାରି ଛକ ବଣିକ ସଙ୍ଘ ପକ୍ଷରୁ ପୂର୍ବାହ୍ନରେ ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.