ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୁର୍ଘଟଣାରେ ଆହତ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Published By : Suraj Kumar | July 13, 2025 11:23 PM

ବେଲଗୁଣ୍ଠା,୧୩/୦୭ : ଗତ ଜୁଲାଇ ୪ ତାରିଖରେ ବେଲଗୁଣ୍ଠା ବ୍ଳକ୍ ବଡ଼ ବୋର୍ସିଂ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସାନବୋର୍ସିଂ ଗ୍ରାମର ଧୋବଣୀ ସ୍ୱାଇଁ।

ପିଙ୍କିଙ୍କ ଅଭିଯୋଗ ପ୍ରକାରେ ତାଙ୍କ ମାଆ ସାନବୋର୍ସିଂ ଗ୍ରାମର ଧୋବଣୀ ସ୍ୱାଇଁ ଗତ ଚାରି ତାରିଖରେ କୌଣସି କାମରେ ବଡ଼ବୋର୍ସିଂ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ କୁ ଯାଇଥିଲେ I ସେଠାରେ ଧୋବଣୀ ନିଜ କାମ ସାରି ରାସ୍ତାକୁ ଆସିବା ସମୟରେ ସୋରଡା ପଟୁ ଏକ ଟାଟା ମ୍ୟାଜିକ୍  ଗାଡ଼ି ଦ୍ରୁତ ଗତିରେ ଆସି ଧୋବଣୀଙ୍କୁ ଧକ୍କା ଦେଇଥିଲା I ଫଳରେ ଧୋବଣୀ ତଳେ ଛିଟିକି ପଡ଼ିବାରୁ ତାଙ୍କର ହାତଗୋଡ଼ରେ ଆଘାତ ଲାଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I କିନ୍ତୁ ସେଠାରେ ମଧ୍ୟ ଧୋବଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ୍ ରେ ଭର୍ତ୍ତି କରାଯାଇଥିଲା I ସେଠାରୁ ଏକ ଘରୋଇ ହସ୍ପିଟାଲକୁ ଧୋବଣୀଙ୍କୁ ନିଆଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଧୋବଣୀଙ୍କ ମୃତ୍ୟୁ ଘଟିଥିଲା I ଏନେଇ ଗାଙ୍ଗପୁର ଥାନାରେ ଏକ ମାମଲା ୠଜୁକରି   ଏଏସ୍ଆଇ ପି କେ ଗାଣ୍ଟl ଘଟଣାର ତଦନ୍ତ କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ ଧୋବଣୀଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.