କଟକ, ୨୯।୧୦ : କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ଅଘଟଣ। ବସ ଟର୍ମିନାଲରେ ଠିଆ ହୋଇଥିବା ଜଣେ ମହିଳାଙ୍କ ଉପରେ ମୋ ବସ୍ ଚଢି ଯିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସରସ୍ଵତୀ ଗୋଚ୍ଛାୟତ ।
କଟକ ଓଏମପି ଅଞ୍ଚଳର ସରସ୍ଵତୀ ଗୋଚ୍ଛାୟତ କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ଠିଆ ହୋଇଥିବା ବେଳେ ମୋ ବସ୍ ତାଙ୍କ ଉପରେ ଚଢିଯାଇଥିଲା। ଦୁର୍ଘଟଣା ଘଟିବା ପରେ ସି ଏନ ବି ଟି କର୍ତ୍ତୃପକ୍ଷ ମହିଳାଙ୍କୁ ତୁରନ୍ତ ମେଡିକାଲ ପଠାଇ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।