ପୁରୀ, ୧୫।୯ : ଜଗା ଦର୍ଶନ ହେଲା ଶେଷ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ସମୟରେ ଅସୁସ୍ଥ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଖଣ୍ଡପଡାର ମଞ୍ଜୁଲତା ସାହୁ।ଖଣ୍ଡପଡାର ମଞ୍ଜୁଲତା ସାହୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ ସମୟରେ ହଠାତ ଅସୁସ୍ଥ ହୋଇ ପଡି ଥିଲେ। ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।