ସୁବର୍ଣ୍ଣପୁର, ୨୧/୧୨: ଟ୍ରେନ୍‌ ଲାଇନ୍ ପାର କରୁଥିବା ବେଳେ ଅଘଟଣ । ଟ୍ରେନ୍‌ରେ କଟି ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳା ଜଣକ ଖମ୍ବେଶ୍ବରୀପାଲିର ରାଧିକା ପୋଢ଼ (୮୦) ବୋଲି ଜଣା ପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମହିଳା ଜଣକ କୌଣସି ଏକ କାମରେ ବିଲକୁ ଯାଉଥିବା ସମୟରେ ରେଳ ଲାଇନ୍‌ ପାର କରୁଥିଲେ । ଏହି ସମୟରେ ହଠାତ ଏକ ଟ୍ରେନ୍‌ ଆସିଥିଲା ।  ମହିଳା ସଠିକ ଭାବରେ ଶୁଣି ପାରୁ ନଥିବାରୁ ଟ୍ରେନ୍‌ ଆସୁଥିବା ନେଇ ସେ ଜାଣି ପାରିନଥିଲେ । ଫଳରେ ଟ୍ରେନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ସମୟ ମଧ୍ୟରେ ସ୍ଥାନୀୟଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଚଳାଇଛି ପୋଲିସ ।