ଆଠଗଡ, ୩।୧୧ ମୋ ବସ   ଧକ୍କାରେ ମହିଳା ମୃତ୍ୟୁ। ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର। ଆଠଗଡ଼ ବସ ଷ୍ଟାଣ୍ଡ ନିକଟରେ ଘଟିଛି ଦୁର୍ଘଟଣା ।  ମୃତ ମହିଳା ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମର  କାଜଲ ପ୍ରଧାନ।

ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମର  ମାନସ ପ୍ରଧାନ ଓ ତାଙ୍କ  ସ୍ତ୍ରୀ କାଜଲ ପ୍ରଧାନ ଓ ଦୁଇ ବର୍ଷର ପୁଅ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିଲେ। ଏହି ସମୟରେ ମୋ’ ବସ ପଛୁଆ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାଜଲଙ୍କ ମୃତ୍ୟୁ ଘଟିଥିବା ବେଳେ ମାନସ ଓ ତାଙ୍କ ପୁଅ ଗୁରୁତର ହୋଇଥିଲେ। ଗୁରୁତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି  କରାଯାଇଛି।