​​​​​​​ହିଞ୍ଜିଳିକାଟୁ୧୬।୧୦ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପୋଚିଲିମା ନିକଟସ୍ଥ ସନ୍ତୋଷୀ ମା' ମନ୍ଦିର ସମ୍ମୁଖରେ ଦୁର୍ଘଟଣା ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହତ  ମହିଳା ଜଣଙ୍କ ବ୍ରହ୍ମପୁର ହିଲପାଟଣା ଅଞ୍ଚଳର ତପସ୍ଵିନୀ ପ୍ରଧାନ (୨୭) ।

 ମହିଳା ଜଣଙ୍କ ଗୁରୁବାର ଭୋର ସମୟରେ ପୁରୁଷୋତ୍ତମପୁର ଠାରୁ ଏକ କାର୍ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ସନ୍ତୋଷୀ ମା'ମନ୍ଦିର ସମ୍ମୁଖରେ କାର୍ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ଗାଡିକୁ ଜାତୀୟ ରାଜପଥ  ମଝିରେ ଥିବା ମେଡିୟାନକୁ ଧକ୍କା ଦେଇଥିଲେ। ଦୂର୍ଘଟଣାରେ ୫/୬ ଟି ମେଡିୟାନ ଗ୍ରୀଲ ଭାଙ୍ଗିଯିବା ସହ କାରଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା।  ଗାଡିରେ ବସିଥିବା ମହିଳା ଜଣଙ୍କ ଗାଡିରୁ ଛିଟିକି ପଡି ଜାତୀୟ ରାଜପଥ ମଧ୍ୟସ୍ଥ ମେଡିୟାନ ସହ ଧକ୍କା ହୋଇ  ଗୁରୁତର ଆହତ ହୋଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଜାତୀୟ ରାଜପଥ ଉପରୁ ଦୂର୍ଘଟଣାଗ୍ରସ୍ତ ଗାଡିକୁ ହଟାଇଥିଲା। ଦୂର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।