ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଚାଞ୍ଚଲ୍ୟ; କାନ୍ଦିବାରୁ ୨ ଶିଶୁକନ୍ୟାଙ୍କୁ ମାରିଦେଲା ମା'

Published By : Ankita S | March 11, 2025 9:09 AM

ଡେରାଡୁନ୍,୧୧/୦୩ : ଜନ୍ମ ହେଲା ପରେ ପ୍ରଥମେ ଯେବେ ପିଲାଟିଏ କାନ୍ଦିଥାଏ ତାକୁ କୋଳରେ ଧରି ହସିଥାଏ ଜଣେ ମା' । ମାତୃତ୍ବକୁ ଜୀବନର ସବୁଠୁ ବଡ ଖୁସି ବୋଲି ଭାବେ । ହେଲେ ଆମେ ଜଣେ ଏମିତି ମା' କଥା କହିବୁ ଯିଏ ପିଶାଚୀ ପାଲଟି ଯାଇଛି । ନିଜ ହାତରେ ଦୁଇ ଦୁଇଟି ଜୀବନକୁ ଶେଷ କରି ଦେଇଛି । ୧୦ ମାସ ୧୦ ଦିନ ଗର୍ଭରେ ରଖି ଯେଉଁ ଜୀବନକୁ ଦୁନିଆ ଦେଖାଇଥିଲା ତାଙ୍କୁ ନିଜ ହାତରେ ତଣ୍ଟି ଚିପି ହତ୍ୟା କରିଛି । ଉତ୍ତରାଖଣ୍ଡ ହରିଦ୍ବାରରୁ ଆସିଛି ଏପରି ଚାଞ୍ଚଲ୍ୟ କର ଘଟଣା । ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି ।

୬ ମାସର ଦୁଇ ଯମଜ ଶିଶୁକନ୍ୟା ସବୁବେଳେ କାନ୍ଦୁଥିଲେ । ଯାହା ଜନ୍ମକଲା ମା'କୁ ବିବ୍ରତ କରୁଥିଲା । ସେ ରାତି ସାରା ଶୋଇ ପାରୁନଥିଲେ । ଏ ନେଇ ଅନେକ ଥର ସ୍ବାମୀକୁ ଅଭିଯୋଗ କରିଥିଲେ । ହେଲେ ତାଙ୍କ ସ୍ବାମୀ ଶୁଣିନଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପିଲାଙ୍କ କାନ୍ଦ ଏତେ ଅସହ୍ୟ ହେଲା ଯେ ପିଶାଚୀ ପାଲଟିଗଲା ଜନ୍ମଦାତ୍ରୀ । ଘଟଇଲା ନୃଶଂସ କାଣ୍ଡ । ଦୁଇ ଜାଆଁଳା ଶିଶୁକନ୍ୟାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।  ପ୍ରଥମେ ତକିଆ ମାଡି ଦୁଇ ଶିଶୁକନ୍ୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା । ସେମାନେ ଜୋରରେ କାନ୍ଦିବାରୁ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ଦୁଇ ଶିଶୁକନ୍ୟାଙ୍କୁ ଡାକ୍ତରଖାନା ଆଣି ତାଙ୍କ ଦେହ ଭଲ ନଥିବା କହିଥିଲେ । ସେଠାରେ ଡାକ୍ତରୁ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲା ଧିରୱାଲରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଆଲୋଡନ ଖେଳାଇ ଦେଇଛି ।

ଅଧିକ ପଢନ୍ତୁ...ଝାଡ଼ଖଣ୍ଡରେ ବାଣ ଦୋକାନରେ ବିସ୍ଫୋରଣ, ୩ ପିଲାଙ୍କ ସମେତ ୫ ଜଣ ଜୀବନ୍ତ ଦଗ୍ଧ…

ମହିଳାଙ୍କ ସ୍ବାମୀ ମହେଶ ହତ୍ୟା  ଆଶଙ୍କା କରି ଥାନାରେ ଏତଲା ଦେଇଥିଲେ । ପ୍ରଥମେ ଶିବାଙ୍ଗୀ ପୋଲିସକୁ ଭୂଆଁ ବୁଲାଇଥିଲେ । ପିଲାଙ୍କୁ ଶୁଆଇବା ପରେ ବାହାରକୁ ଯାଇଥିଲି ଆସିକି ଦେଖେ ତ ଦୁଇ ଶିଶୁ ଅଚେତ ଅବସ୍ଥାରେ ପଡିଥିବା କହିଥିଲେ  । ମାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଦୋଷ ସ୍ବୀକାର କରିଥିଲେ । ଅଭିଯୁକ୍ତ ମା'  ଶିବାଙ୍ଗୀ ସଲକାନ (୨୦)ଙ୍କୁ ପୋଲିସ ଗିରଫ କରିଛି । ବିଏନଏସ ଧାରା ୧୦୩ (୧)ରେ ଜୱାଲପୁର ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଛି ।

ଶିବାଙ୍ଗୀଙ୍କ  ସ୍ବାମୀ ମହେଶ ସିଡକୁଲର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ଶିବାଙ୍ଗୀ ମଧ୍ୟ ଚାକିରି କରିଛନ୍ତି । ଉଭୟ ପରସ୍ପରକୁ ଭେଟିବା ପରେ ଦେଢ ବର୍ଷ ପରେ ବିବାହ କରିଥିଲେ । ଧିରୁୱାଲିରେ ଘରଭଡା ନେଇ ରହୁଥିଲେ । ୬ ମାସ ତଳେ ଦୁଇ ଶିଶୁକନ୍ୟା (ସ୍ନେହା ଓ ଇଶାନୀ)ଙ୍କୁ ଜନ୍ମ ଦେଇଥିଲେ । ଦୁହେଁ ସବୁବେଳେ କାନ୍ଦୁଥିବାରୁ ରାକ୍ଷସୀ ପାଲିଟି ଯାଇଥିଲେ ଶିବାଙ୍ଗୀ । ଯାହାକୁ ଜନ୍ମ ଦେଇ ମାତୃତ୍ବ ଲାଭ କରିଥିଲେ ତାଙ୍କ ଜୀବନ ନେଇଗଲେ । ଏହି ଘଟଣା ପରେ ଜଣେ ମା'  କିପରି ନୃଶଂସ ପାଲିଟିଯାଏ ସମସ୍ତଙ୍କୁ ଚକିତ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.