ମୁମ୍ୱାଇ : କର୍ଣ୍ଣାଟକର ରୀନା ରାଜୁଙ୍କ ଦୁଇଟି ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ରୀନା ନିକଟରେ ପଡକାଷ୍ଟରେ କହି ଥିଲେ ,ସଲମାନ ଖାନ ଏହି ସମୟରେ ତାଙ୍କୁ ବହୁତ ସାହସ ଦେଇଥିଲେ। ପ୍ରକୃତ କଥା ହେଲା ସଲମାନ ଖାନ ୨୦୦୭ରୁ ନିଜର ବିଇଙ୍ଗ୍ ହ୍ୟୁମନ ଫାଉଣ୍ଡେସନ ମାଧ୍ୟମରେ ଅନେକ ଲୋକଙ୍କ ହେଲଥ୍ କେୟାର ଓ ଏଜୁକେସନ ପାଇଁ ଫଣ୍ଡ ଦେଉଛନ୍ତି। ସେ ରୀନାଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ, ଯେବେ ତାଙ୍କୁ ଦୁଇଟି ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସହ ଗତି କରିବାକୁ ପଡ଼ିଥିଲା। ସେ ରୀନାଙ୍କର କେବଳ ଟଙ୍କା ଦେଇ ସାହାଯ୍ୟ କରି ନଥିଲେ , ବରଂ ତାଙ୍କ ସହ ସମୟ ମଧ୍ୟ ବିତାଇ ଥିଲେ।
ରୀନା ଭଏସ୍ ଅଫ୍ ବେଙ୍ଗାଲୁରୁର ପଡକାଷ୍ଟରେ ସଲମାନ ଖାନଙ୍କ ବିଷୟରେ କହିଥିଲେ , ମୁଁ ସଲମାନ ସାରଙ୍କ ବିଷୟରେ କଥା ହେବା ବେଳେ ଇମୋସନାଲ ହୋଇ ଯାଏ। ସର୍ବ ପ୍ରଥମେ , ମୁଁ ଏହା କହିବାକୁ ଚାହୁଁଛି ଯେ, ମୁଁ ତାଙ୍କୁ ବହୁତ ଭଲ ପାଏ। ଯେବେ ମୁଁ ଠିକ୍ ନଥିଲି ଏବଂ ମୋର ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିଲା , ସେତେବେଳେ ମୋ ପାଖରେ ସଲମାନ ସାର୍ଙ୍କ ନମ୍ୱର ଥିଲା। ମୁଁ ତାଙ୍କୁ ମେସେଜ୍ କଲି। ତାଙ୍କୁ ତ ବହୁତ ଲୋକ ମେସେଜ କରୁଥିବେ, କିନ୍ତୁ ସେ ଜବାବ ଦେଲେ , ମୁଁ ତାଙ୍କୁ କହିଲି ଯେ, ମୋର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଉଛି। ସେ ସେହି ସମୟରେ ଅଷ୍ଟ୍ରେଲିଆରେ ସୁଟିଂ କରୁଥିଲେ। ସେ ମୋର ଟ୍ରାନ୍ସପ୍ଲାଣ୍ଟ ହେଉଥିବା ରାତିରେ ଫୋନ୍ କଲେ ଏବଂ ପାଖାପାଖି ଦୁଇ ଘଣ୍ଟା କଥା ହେଲେ । ସେ ମୋତେ ସାହସ ଦେଲେ।
ରୀନା ଆହୁରି କହିଥିଲେ ଯେ, ସେହି କଲ୍ ପରେ ସେ ଦୁଇ ସପ୍ତାହ ଯାଏ ସଲମାନଙ୍କ ଟଚ୍ରେ ନଥିଲେ, କିନ୍ତୁ ଯେବେ ସେ ଆଉ ଥରେ ମେସେଜ୍ କଲେ ତ ସଲମାନଙ୍କୁ ତାଙ୍କୁ ମନେ ରଖି ଥିଲେ। ସେ ତାଙ୍କୁ ଏହି କହିବାକୁ କଲ୍ କରିଥିଲେ ଯେ, ସେ ନିଜର ଏକ ଫାଉଣ୍ଡେସନ ‘ଲାଇଟ୍ ଏ ଲାଇଫ୍’ ଆରମ୍ଭ କରିଛନ୍ତି।
୨୦୧୮ ମସିହାରେ, ଦ୍ୱିତୀୟ ଟ୍ରାନ୍ସପ୍ଲାଣ୍ଟ ପରେ, ସେ ପ୍ରଥମ ଥର ମୁମ୍ୱାଇରେ ସଲମାନଙ୍କୁ ତାଙ୍କ ଘରେ ଭେଟି ଥିଲେ। ରୀନା କହିଥିଲେ – ଆମେ ପୂରା ରାତି ତାଙ୍କ ଘରେ ପାର୍ଟି କଲୁ, ଗୀତ ଗାଇଲୁ ଏବଂ ଡ୍ୟାନ୍ସ କଲୁ। ମୋର ଦ୍ୱିତୀୟ ଟ୍ରାନ୍ସପ୍ଲାଣ୍ଟ ର ଚାରି ମାସ ପରେ ମୋତେ ଡାଇବେଟିସ ଓ ଅନେକ ପ୍ରକାରର ମେଡିକାଲ ସମସ୍ୟା ହୋଇଗଲା। କିନ୍ତୁ ମୁଁ ଭଲ ସମୟ ବିତାଉ ଥିଲି। ସେ ଆମକୁ ରେସ୍-୨ର ସେଟ୍କୁ ନେଇ ଗଲେ ଏବଂ ଆମେ ପୂରା ଦିନ ସେଠାରେ ବିତାଇଲୁ। ସେ ମୋତେ ଏକ ବିଇଙ୍ଗ୍ ହ୍ୟୁମନର ସାଇକେଲ ଗିଫ୍ଟ କଲେ, କାରଣ ତାଙ୍କର ମନେ ଥିଲା ଯେ, ମୁଁ ତାଙ୍କୁ ବହୁତ ପୂର୍ବରୁ ଏହି ବିଷୟରେ ମେସେଜ କରିଥିଲି।