ବାରିପଦା, ୨୧/୦୭ : ବାରିପଦା ସହରରେ ଚାଞ୍ଚଲ୍ୟ। ମୁର୍ଗାବାଡ଼ି ଅଞ୍ଚଳରେ ଦିନ ଦ୍ଵିପ୍ରହରରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼। ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି କରି ଅଳ୍ପକେ ବର୍ତ୍ତିଲେ ମହିଳା ଓ ତାଙ୍କ ଝିଅ। ଘର ଠାରୁ ମାତ୍ର ୫୦ ମିଟର ଦୂରରେ ପୁଲିସ ହେଲମେଟ୍ ଚେକିଂ କରୁଥିବା ବେଳେ ଘଟିଛି ଏହି ଘଟଣା।
ସୂଚନାନୁଯାୟୀ, ସୋମବାର ଦିନ ୧୧ଟା ବେଳେ ମୁର୍ଗାବାଡ଼ି ଅଞ୍ଚଳର ସମୀର ସାହୁଙ୍କ ଘରେ ୨ଜଣ ଦୁର୍ବୃତ୍ତ ଧଶେଇ ପଶିଥିଲେ। ସମୀରଙ୍କ ସ୍ତ୍ରୀ ମମତା ସାହୁଙ୍କ ବେକରେ ଛୁରୀ ଲଗାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପାଟି ଶୁଣି ତାଙ୍କ ଝିଅ ଆସି ପ୍ରତିରୋଧ କରିବାରୁ ତାଙ୍କ ବେକରେ ମଧ୍ୟ ଛୁରୀ ଲଗାଇ ହତ୍ୟା ଧମକ ଦେଇଥିଲେ ଦୃର୍ବୁତ୍ତ। ତେବେ ମାଆ ଓ ଝିଅ ମିଶି ଧସ୍ତାଧସ୍ତି କରିବାରୁ ଯୁବକ ଦୁଇଜଣ ସେଠାରୁ ପଳାଇ ଯାଇଥିଲେ। ମମତାଙ୍କ ହାତରେ ଛୁରୀ ବାଜିବାର ସେ ଆହତ ହୋଇଛନ୍ତି । ତାଙ୍କୁ ବାରିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।