ନୂଆଦିଲ୍ଲୀ : ଦେଶ - ଦୁନିଆରେ ବହୁ ସଂଖ୍ୟାରେ ଲୋକେ ଲଟେରୀ ଟିକେଟ୍‌ କିଣି ଥାନ୍ତି। ଏଥିରୁ କିଛି ଜଣଙ୍କର ଭାଗ୍ୟ ଚମକ ଯାଇ ଥାଏ। ଏହିପରି ,ଲଟେରୀ ଖେଳିବା ସମୟରେ ଭୁଲ୍‌ ଟିକେଟ୍ ଦିଆ ଯିବାକୁ ନେଇ ଖୁସି ନଥିବା ମହିଳା ୨ମିଲିୟନ ଡଲାର (୧୭ କୋଟିରୁ ଅଧିକ) ଜିତି ପାରିଛନ୍ତି। ଆମେରିକାର ଟେକ୍ସାସର କାରୋଲଟନରେ ରହୁଥିବା କେଲି ଲିଣ୍ଡସେ ନିଜର ପସନ୍ଦ ଯୋଗ୍ୟ ଭର୍ଜିନିଆ ଲଟେରୀ ସ୍କ୍ରାଚର ଗେମ୍‌ ଖେଳିବାକୁ ଚାହୁଁ ଥିଲେ, କିନ୍ତୁ ଏହି କାରଣରୁ ତାଙ୍କୁ ମନି ବ୍ଲିଟଜ ଟିକେଟ୍‌ ମିଳି ଥିଲା। ଭୁଲ୍ ସତ୍ତ୍ୱେ ଲିଣ୍ଡସେ କାର୍‌ ପାର୍କିଂକୁ ଗଲେ ଏବଂ ଯେମିତି ହିଁ ଟିକେଟ୍‌ ସ୍କ୍ରାଚ୍‌ କଲେ ,ତାଙ୍କର ହୋସ୍‌ ଉଡ଼ି ଗଲା। ଉଲ୍ଲେଖନୀୟ ଯେ, ସେ ଏହି ଟିକେଟ୍‌ ମାଧ୍ୟମରେ ଦୁଇ ମିଲିୟନ ଡଲାରର ରାଶି ଜିତି ନେଇଛନ୍ତି। 

ଭୁଲ୍‌ ଲଟେରୀରୁ ୧୭ କୋଟି ଜିତି ଥିବା ଲିଣ୍ଡେସେ ଖୁବ୍‌ ଖୁସି ନଜର ଆସି ଥିଲେ। ସେ ଯେବେ ପ୍ରାଇଜ୍‌ ନେବା ପାଇଁ ଯାଇଥିଲେ ତ ସେ କହିଥିଲେ , ମୁଁ ଏହି ଟିକେଟ୍‌ ପାଇଁ ଖୁସି ନଥିଲି । ଭର୍ଜିନିଆ ଲଟେରୀ ଅନୁସାରେ , ଲିଣ୍ଡସେ ୩୦ ବର୍ଷରେ ୨ ମିଲିୟନ ଡଲାରର ବାର୍ଷିକ କିସ୍ତି ବଦଳରେ ଟ୍ୟାକ୍ସ ହଟାଇ ୧.୨୫ ମିଲିୟନ ଡଲାରର ଏକକାଳୀନ ନଗଦ ଅର୍ଥ ନେବାକୁ ବିକଳ୍ପ ବାଛିଲେ। ସେ ୨ ମିଲିୟନ ଡଲାର ଲେଖା ଥିବା ଏକ ଜମ୍ୱୋ ଚେକ୍‌ ଧରି ହସୁଥିବାର ଦେଖାଯାଇ ଥିଲା। 

ସାମନାକୁ ଆସିଥିବା ଫଟୋରେ ଲିଣ୍ଡସେ ଖୁବ୍‌ ହସ ହସ ମୁହଁରେ ନଜର ଆସୁଛନ୍ତି। ସେ ଜମ୍ୱୋ ଚେକ୍‌ ମଧ୍ୟ ଧରିଛନ୍ତି। ଏତେ ବଡ଼ ଆମାଉଣ୍ଟ ଜିତିବାରେ ଲିଣ୍ଡସେ ଓ ତାଙ୍କ ପରିବାରର ଲୋକ ଖୁବ୍‌ ଖୁସି ଅଛନ୍ତି। ଶ୍ରେଷ୍ଠ ପୁରସ୍କାର ଜିତିବାର ଲିଣ୍ଡସେଙ୍କର ସମ୍ଭାବନା ୧୧,୪୨,୪୦୦ ମଧ୍ୟରୁ ଗୋଟିଏ ଥିଲା ଏବଂ ଦୁଇଟିରୁ ଗୋଟିଏ ଥିଲା , ଯାହାର ଅର୍ଥ ଯେ, ଆଉ ଜଣେ ବିଜେତା ବି ଅଛନ୍ତି , ଯିଏ ଏବେ ସୁଦ୍ଧା ସାମନାକୁ ଆସି ନାହାନ୍ତି। 

ଲିଣ୍ଡସେ ୧୩୦୨୮ କେରୋଲଟନ  ବୁଲେୱାର୍ଡ ଠାରେ ରେସ୍‌ ୱେ କେରୋଲଟନ ଗ୍ୟାସ୍‌ ଷ୍ଟେସନରୁ ଟିକେଟ୍‌ କିଣି ଥିଲେ। ଲିଣ୍ଡସେ ଆଇଲ ଅଫ୍‌ ୱାଇଟ୍‌ କାଉଣ୍ଟିରେ ରୁହନ୍ତି, ଯେଉଁଠି ଗତ ବର୍ଷ ରାଜ୍ୟ ଲଟେରୀରେ  କିଣ୍ଡରଗାର୍ଟନରୁ ୧୨ତମ ଶ୍ରେଣୀର ଶିକ୍ଷା ପାଇଁ ୩.୭ ଡଲାର ମିଲିୟନରୁ ଅଧିକ ମିଳି ଥିଲା। ଭର୍ଜିନିଆ ଲଟେରୀ କେ-୧୨କୁ ସବୁ ଲାଭ ଦେଇ ଥାଏ ଏବଂ ଗତ ବର୍ଷ ଏହା ଶିକ୍ଷା ପାଇଁ ରାଜ୍ୟ ବଜେଟର ୧୦ପ୍ରତିଶତରୁ ଅଧିକ ବା ୯୩୪ ଡଲାର ମିଲିୟନ ସଂଗ୍ରହ କରିଥିଲା।