ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶାରୀରିକ ସମ୍ପର୍କ ରଖିବାକୁ ରାଜି ହେବାର ଅର୍ଥ ନୁହେଁ... ମାମଲାର ଏଭଳି ଶୁଣାଣି କଲେ ହାଇକୋର୍ଟ

Published By : Swapna Ray | January 23, 2025 3:21 PM

ନୂଆଦିଲ୍ଲୀ, ୨୩।୧: ଶାରୀରିକ ସମ୍ପର୍କ ରଖିବାକୁ ସହମତିର ଅର୍ଥ ନୁହେଁ ପ୍ରାଇଭେଟ୍ ଫଟୋ କିମ୍ୱା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା । ବ୍ୟକ୍ତିଗତ ଫଟୋଗ୍ରାଫ୍‌ର ଅପବ୍ୟବହାର ପାଇଁ ସମ୍ମତି ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶାରୀରିକ ସମ୍ପର୍କ ରଖିବାରେ ମହିଳାଙ୍କ ସହମତି ଥିଲେ ବି ପୁରୁଷଙ୍କୁ ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଗଣମାଧ୍ୟମରେ ସେୟାର କରିବାର ଅଧିକାର ନାହିଁ । ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯୌନ ସମ୍ପର୍କ ସ୍ଥାପନ ପାଇଁ ଅନୁମତି ଦେବାର ଅର୍ଥ ଏହା ନୁହେଁ ଯେ ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଅନୁମତି ମିଳିଯିବା । 

ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମା ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ, ବ୍ୟକ୍ତିଗତ ଫଟୋଗ୍ରାଫର ଅପବ୍ୟବହାର ପାଇଁ ସମ୍ମତି ନାହିଁ । ଅଦାଲତର ଶୁଣାଣିରେ କୁହାଯାଇଛି ଯେ, ଶାରୀରିକ ସମ୍ପର୍କରେ ରହିବା ପାଇଁ ସମ୍ମତି ଦେବାର ଅର୍ଥ କୌଣସି ବ୍ୟକ୍ତିଗତ ମୁହୂର୍ତ୍ତର ଅପବ୍ୟବହାର, ଶୋଷଣ କିମ୍ବା ଅପମାନଜନକ ଭାବରେ ସୋସିଆଲ ମିଡିଆରେ ଦର୍ଶାଇବା ନୁହେଁ । କୋର୍ଟ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ଦେବାକୁ ମନା କରିଦେଇ କହିଛନ୍ତି ଯେ, ଶାରୀରିକ ସମ୍ପର୍କ ପାଇଁ ଉଭୟ ପୁରଷ ଓ ମହିଳାଙ୍କର ସମ୍ମତି ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଅର୍ଥ ବ୍ଲାକମେଲ୍ ଆଡ଼କୁ ଇଙ୍ଗିତ କରୁଛି । 

କହିରଖୁ କି, ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ ଏକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଟଙ୍କା ଦେଇଥିଲେ, ଯାହାକୁ ସେ ଚାକିରି ପାଇବା ପରେ ପରିଶୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଫଆଇଆର ଅନୁଯାୟୀ, ମହିଳା ଜଣକ ଟଙ୍କା ସୁଝି ନ ପାରିବାରୁ ଅଭିଯୁକ୍ତ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ । ଏଥିସହ ମହିଳା ତାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । କୌଣସି ଉପାୟ ନ ପାଇ ମହିଳା ଜଣକ ଅଭିଯୁକ୍ତଙ୍କ ସମସ୍ତ କଥା ମାନିଥିଲେ ବୋଲି କହିଛନ୍ତି । ଯାହାପରେ ଆରୋପୀ ଜଣକ ହ୍ୱାଟ୍ସଆପ୍ ଭିଡିଓ କଲ୍ କରି ଶାରୀରିକ ସମ୍ପର୍କର ଅଶ୍ଳୀଳ ଭିଡିଓ କରିଥିଲେ ଓ ଏହାପରେ ଏହି ଭିଡିଓକୁ ନେଇ ମହିଳାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତର ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.