ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଓ ଶାଶୁ ଘର ଲୋକେ ଫେରାର

Published By : Prameya | April 26, 2025 2:00 PM

ଭୁବନେଶ୍ଵର, ୨୬/୦୪ : ସନ୍ଦେହଜନକ ଭାବେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସ୍ୱାମୀ ଓ ଶାଶୁ ଘର ଲୋକେ ଫେରାର। ଢେଙ୍କାନାଳ ଗୋବିନ୍ଦପୁର ଦଲକ ଗ୍ରାମରେ ଏଭଳି ଘଟଣା ଘଟିଛି। ହତ୍ୟା ସନ୍ଦେହ କରାଯାଉଛି। ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଦଲକ ଗ୍ରାମର ସମୀର ବେହେରା ୩ ବର୍ଷ ପୂର୍ବେ ସୁନିତା ବେହେରା (୨୫ ବର୍ଷ)ଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଦେଢ଼ ବର୍ଷର ଝିଅ ଅଛି। ସମୀର କାମଧନ୍ଦା ନକରି ପତ୍ନୀର ଗହଣାଗାଣ୍ଠି ବିକ୍ରି କରି ସାଙ୍ଗମାନଙ୍କ ସହ ଉଡାଉଥିଲେ। ଏହାକୁ ବିରୋଧ କରିବାରୁ ସୁନିତାଙ୍କୁ ମାରପିଟ୍ କରୁଥିଲେ। ଏପରିକି ଶ୍ଵଶୁର ଘରୁ ଟଙ୍କା ମାଗି ଆଣୁଥିଲେ। ଶୁକ୍ରବାର ସୁନିତାଙ୍କୁ ମଧ୍ୟ ମାରପିଟ୍ କରିଥିଲେ। ଏନେଇ ସେ ବାପଘରକୁ ଫୋନ କରି ଜଣାଇଥିଲେ। ରାତିରେ ବାପଘର ଲୋକେ ସୁନିତାଙ୍କ ଶାଶୁଘରେ ପହଞ୍ଚିଥିଲେ। ମାତ୍ର ଘରେ କେହି ନଥିଲେ। ଘର ବାରଣ୍ଡାରେ ସୁନିତାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। 

ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସୁନିତାଙ୍କ ବାପଘର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୁଲିସ ଦଲକ ଗ୍ରାମରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ଛାନଭିନ୍ କରୁଛି। ସେପଟେ ସୁନିତାଙ୍କ ଶାଶୁଘର ଲୋକେ ଫେରାର୍ ହୋଇଯାଇଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.