ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Harapriya Sethi | November 25, 2024 1:29 PM

ମୁନିଗୁଡ଼ା,୨୫/୧୧: ବିବାହର ୪ ବର୍ଷ ପରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘରଲୋକେ । ମୃତ ମହିଳା ଜଣକ ଅମ୍ୱାଦଳା ଥାନା ଅନ୍ତର୍ଗତ ରଘୁବାରି ପଞ୍ଚାୟତ ଖଲିଆଗୁଡା ଗ୍ରାମର ପରଖିତ ବିଭାରଙ୍କ ଝିଅ ସନିଆ ବିଭାର ବୋଲି ଜଣାପଡିଛି । ରାୟଗଡ ଜିଲ୍ଲା କୁଡୁବାରୁ ଗ୍ରାମ ନିକଟରେ ଏଭଳି ଘଟଣା ଗଟିଛି । 

ସୂଚନା ମୁତାବକ, ୪ ବର୍ଷ ତଳେ ସନିଆ ରଘୁବାରୀ ପଞ୍ଚାୟତ କୁଡୁବାରୁ ଗ୍ରାମ ଅକୁର କୁଲଦିପିଆଙ୍କ ପୁଅ ଆସିନ କୁଲଦିପିଆଙ୍କୁ ପ୍ରେମ ବିବାହ କରିଥିଲେ । ବାହାଘର ପରେ ଦୀର୍ଘ ଦିନ ହେଲା ସ୍ଵାମୀ, ଶାଶୁ, ଶ୍ୱଶୁର ମିଶି ସନିଆଙ୍କୁ ଯୌତୁକ ଯନ୍ତ୍ରଣା  ଦେବା ସହ ଶାରୀରିକ ମାନସିକ ନିର୍ଯାତନା ଦେଉଥିଲେ । ତେଣୁ ଗତ ଦୀପାବଳିରେ ନିଜ ବାପଘର ଖଲିଆ ଗୁଡା ପଲାଇ ଆସିଥିଲେ । ବାପ ଘରେ କିଛିଦିନ ରହିବା ପରେ ସମସ୍ୟାର ସମାଧାନ କରିବା ପାଇଁ ଆସିନ ଖଲିଆ ଗୁଡା ଗ୍ରାମକୁ ଯାଇ ନିଜ ସ୍ତ୍ରୀ ସନିଆକୁ ବୁଝା ସୁଝା କରି ଘରକୁ ନେଇଥିଲେ । ଶନିବାର କୁଡୁବାରୁ ଗାଁ ନିକଟ ଏକ ଡିମିରି ଗଛରେ ଝୁଲନ୍ତା ଅବସ୍ଥାରେ ସନିଆଙ୍କ ମୃତଦେହ ଦେଖିଥିଲେ ଗାଁଲୋକେ । ଏହା ଦେଖ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏନେଇ ମହିଳାଙ୍କ ବାପଘରଲୋକ ଅମ୍ୱାଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅମ୍ବାଦଳା ପୋଲିସ, ସାଇଣ୍ଟଫିକ ଟିମ ଓ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପରେ ଅମ୍ବାଦଳା ପୋଲିସ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ତେବେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ହତ୍ୟା ହୋଇଛି, ତାହା ତଦନ୍ତ ପରେ ଡଣାପଡିବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.