ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଆଖି ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ; ଅଟୋ ଓଲଟି ଜଣେ ମୃତ, ୪ ଆହତ

Published By : Bijay Swain | May 20, 2025 8:35 PM

କୁକୁଡାଖଣ୍ଡି : ଆଙ୍କୁଶପୁର ବୁଢୀଘରା ଛକଠାରେ ମର୍ମନ୍ତୁତ ଦୁର୍ଘଟଣା ଘଟି ସ୍ଵାମୀ ଆଖି ସାମ୍ନାରେ ଚାଲିଗଲା ସ୍ତ୍ରୀର ଜୀବନ। ପେଟ ପାଇଁ ସ୍ଵାମୀ ସ୍ତ୍ରୀ ଏକାଠି ମୂଲ ଖଟୁଥିଲେ। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ସାହିର ରଜନୀ ବେହେରା।  ଛାତ ଢ଼ଳାଇ କରିବାକୁ ସକାଳ ୬ଟାରେ ସନ୍ତୋଷ ସେଠୀଙ୍କ ଅଟୋରେ ଶୁଶାନ୍ତ ଦାସ,ଝୁମୁରି ଦାସ, ରୁନୂତା ଦାସ,ରଜନୀ ବେହେରା ଓ ପାଣ୍ଡବ ବେହେରା ସାଙ୍ଗରେ ଖାଇବା ନେଇ ରାଇଝୋଳ ଗାଁକୁ ବାହାରିଥିଲେ। ହେଲେ  ହଠାତ ବୁଢ଼ୀଘରା ମନ୍ଦିର ଆଗରେ ଦୁର୍ଘଟଣା ଘଟିଥିଲା। 

ଘଟଣାରୁ ପ୍ରକାଶ ଯେ ନୀଳାମ୍ବର ବେହେରା ଓ ପ୍ରହଲ୍ଲାଦ ବେହେରା ଏକ ଡାଲା ଅଟୋ ଯୋଗେ ନଡିଆ ବୋଝେଇ କରି ଆନ୍ଧ୍ର(ଇନ୍ଦିପୁର)ରୁ ହିଞ୍ଜିଳିକାଟୁ ଯାଉଥିଲେ। ଝିପି ଝିପି ବର୍ଷା ହେଉଥିବା ସମୟରେ ବୁଢୀଘରା ଛକଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଶ୍ରମିକ ମାନଙ୍କୁ ନେଇ ଆସୁଥିବା ଅଟୋ ସହ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଭୀଷଣ ଶବ୍ଦ ହୋଇ ଅଟୋଟି ଓଲଟିଯାଇଥିଲା। 

ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏବଂ ରାସ୍ତାରେ ଯାଉଥିବା କିଛି ଲୋକ ଅଟୋରେ ଥିବା ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ରଜନୀ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ସମସ୍ତ ଗୁରୁତର ଆହତ ବ୍ୟକ୍ତି ମେଡ଼ିକାଲ ରେ ଚିକିତ୍ସାଧୀନ ରହିଛନ୍ତି। 

ଏହାର ପ୍ରତିବାଦରେ ମୃତକଙ୍କ ପରିବାର ତରଫରୁ ଜାତୀୟ ରାଜପଥ ୫୯ ଅବରୋଧ କରାଯାଇଥିଲା। ଜାତୀୟ ରାଜପଥ ବ୍ରହ୍ମପୁର-ଆସ୍କାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଥିଲା। ଖବର ପାଇ ସଦର ଥାନା ଏସଆଇ ଲକ୍ଷ୍ମୀକାନ୍ତ ପ୍ରଧାନ, ଦେବରାଜ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହିତ ଲୋକଙ୍କୁ ବୁଝାସୁଝା କରିଥିଲେ। କିଛି ସମୟର ରାସ୍ତା ଅବରୋଧ ପରେ ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଚାଳକ ନିଳାମ୍ବର ବେହେରା ଓ ତାଙ୍କ ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି।

ପ୍ରତିଦିନ ବଢ଼ି ଚାଲିଛି ଜାତୀୟ ରାଜପଥ ରେ ଦୁର୍ଘଟଣା, ଡିଭାଇଡର ନଥିବାରୁ ଚାଲିଯାଉଛି ଅନେକଙ୍କ ଜୀବନ। ବାରମ୍ବାର ଅଭିଯୋଗ ପରେ ହୋଈ ପାରୁନି ସ୍ଥାୟୀ ସମାଧାନ। ନେତା ଓ ପ୍ରଶାସନ ଦେଉନାହାନ୍ତି ଦୃଷ୍ଟି। କାହା ସ୍ୱାର୍ଥରେ ଅଟକିଛି ରାସ୍ତାରେ ଡିଭାଇଡର କାମ ? ଲୋକଙ୍କ ଦାବି ଅତି ଶୀଘ୍ର ରାସ୍ତା ମଝିରେ ଡିଭାଇଡର ନିର୍ମାଣ କରାଯାଉ। ଯଦି ଦାବି ପୂରଣ ନ ହୁଏ ତେବେ ରାଜରାସ୍ତାକୁ ଅବରୋଧ କରି ବିଶାଳ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଧା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.