ଫିରିଙ୍ଗିଆ ୧୧/୦୬: ଶାଶୂ ଘରୁ ସ୍ବାମୀଙ୍କ ସହ ମିଶି ନିଜ ବାପା ଘରକୁ ଭୋଜି ଦେବାକୁ ଆସି ଥିଲେ। ଭୋଜି ଖାଇ ବୁଧବାର ସକାଳ ନିଜ ସ୍ବାମୀଙ୍କ ସହ ନିଜ ଗାଁକୁ ଯାଇଥାନ୍ତେ, କିନ୍ତୁ ଭୋଜି ଖିଆ ରାତି ହେଲା ଶେଷ ରାତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗୋଛାପଡା ଥାନା ଅଂଚଳରେ। ସୂଚନା ଅନୁଯାୟୀ, ଗୋଛପଡ଼ା ଥାନା ସଲାଗୁଡା ପଞ୍ଚାୟତ ମୁଣ୍ଡାସାହି ଗାଁର ବାବୁଲା ପୋଢୋଙ୍କ ଝିଅ ବନିତା ପୋଢ ଗତ ସୋମବାର ଦିନ ବାପଘରକୁ ଆସିଥିଲେ।
ମଙ୍ଗଳବାର ଭୋଜି ଖାଇ ରାତିରେ ଶୋଇଥିବା ସମୟରେ ରାତି ପ୍ରାୟ ୨ଟା ବେଳେ ବନିତା ହଠାତ୍ ଅସୁସ୍ଥ ହୋଇ ବାନ୍ତି କରିଥିଲେ। ବୁଧବାର ସକାଳ ତାଙ୍କୁ ଗୋଛପାଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋଛପଡ଼ା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହର ବ୍ୟବଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି ।