ବ୍ରହ୍ମପୁର ,୩୦/୫: ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମ ନଗର ଶାନ୍ତି ମାର୍ଗ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ଶାନ୍ତି ମାର୍ଗ ପ୍ରଥମ ଲାଇନର କେ. ଅରୁଣା ପାତ୍ର ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଶୁକ୍ରବାର ସକାଳୁ ଶାନ୍ତି ମାର୍ଗ ପୋଖରୀରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହା ପରେ ସେମାନେ ବଡ଼ବଜାର ଥାନା ଓ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏନେଇ ବଡ଼ବଜାର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଏମକେସିଜି ହସ୍ପିଟାଲକୁ ପଠାଇଛି । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଅରୁଣା ରାତି ୨ଟାରେ ଘରୁ ଆସି ଆଉ ଫେରି ନଥିଲେ। ସକାଳୁ ଖୋଜାଖୋଜି କରିବା ସମୟରେ ପୋଖରୀରେ ମୃତଦେହ ଭାସୁଥିବା ସ୍ଥାନୟ ଲୋକେ କହିଥିଲେ ।