ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କସ୍‌ମେଟିକ୍‌ ସର୍ଜରି ହେଲା କାଳ, ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଚାଲିଗଲା ମହିଳାଙ୍କ ଜୀବନ

Published By : Krishna Priya | November 13, 2024 12:04 PM

ନୂଆଦିଲ୍ଲୀ ୧୩/୧୧: ସୁନ୍ଦର ଦିଶିବାକୁ ଲୋକେ କସ୍‌ମେଟିକ୍‌ ସର୍ଜରି କରୁଛନ୍ତି । କିନ୍ତୁ ବେଳେବେଳେ ଏହା ବିପଦପୂର୍ଣ୍ଣ ପ୍ରମାଣିତ ହୋଇଥାଏ । ସୁନ୍ଦର ଦିଶିବା ବଦଳରେ ଲୋକେ ଅସୁନ୍ଦର ହୋଇଯାଆନ୍ତି । ଏହାର ଅନେକ ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସେ । ବେଳେବେଳେ ସ୍ଥିତି ଏତେ ଗମ୍ଭୀର ହୁଏ ଯେ ମୃତ୍ୟୁ ମଧ୍ୟ ହୋଇପାରେ । ଚୀନ୍‌ରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ପାଇଁ କସ୍‌ମେଟିକ୍‌ ସର୍ଜରି ପ୍ରାଣଘାତକ ହୋଇଛି । 

ଦକ୍ଷିଣ ଚୀନ୍‌ର ଗୁଆଙ୍ଗଶି ପ୍ରାନ୍ତର ଗୁଇଗାଙ୍ଗ ବାସିନ୍ଦା ଲିୟୁ ନାମ୍ନୀ ଜଣେ ମହିଳା ନାନିଙ୍ଗ୍‌ ସ୍ଥିତ ଏକ କ୍ଲିନିକ୍‌ରେ କସ୍‌ମେଟିକ୍‌ ସର୍ଜରି କରାଇଥିଲେ । ୬ କସ୍‌ମେଟିକ୍‌ ସର୍ଜରି ପାଇଁ ସେ ଋଣ ନେଇ ୪.୬ ଲକ୍ଷ ଟଙ୍କା ଜମା କରିଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପ୍ରଥମେ ତାଙ୍କର ଆଖି ପଲକ ଓ ନାକ ସର୍ଜରି ହେଲା । ୨୦୨୦ ମସିହା, କୋଭିଡ୍‌-୧୯ ମହାମାରୀ ସମୟରେ ସେ ଏହି ସର୍ଜରି କରାଇଥିଲେ । ଏହାର ୫ ଘଣ୍ଟା ପରେ ସେ ଜଙ୍ଘରେ ଲିପୋସକ୍ସନ୍‌ କରାଇଲେ । ତା’ପର ଦିନ ମୁହଁ ଓ ସ୍ତନ ସର୍ଜରି କରାଇଲେ । ଏହି ପ୍ରକ୍ରିୟା ୫ ଘଣ୍ଟା ଧରି ଚାଲିଲା । ସର୍ଜରି ପରେ ଲିୟୁଙ୍କୁ ଡିସ୍‌ଚାର୍ଜ କରିଦିଆଗଲା । ତା’ପର ଦିନ ସେ ପୁଣି କ୍ଲିନିକ୍‌ରେ ପହଞ୍ଚିଲେ । ସେଠାରେ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ଆପାତକାଳୀନ ସହାୟତା ପ୍ରଦାନ କରାଗଲା ଏବଂ ଅନ୍ୟ ଏକ ହସ୍‌ପିଟାଲକୁ ସ୍ଥାନାନ୍ତର କରାଗଲା । ଦ୍ୱିପ୍ରହରରେ ତାଙ୍କୁ ମୃତ ଘୋଷଣା କରାଗଲା ।

ରିପୋର୍ଟ ଅନୁସାରେ, ଲିପୋସକ୍ସନ୍‌ ପ୍ରକ୍ରିୟା ପରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହେଉଥିଲା, ଯାହା ପାଇଁ ମୃତ୍ୟୁ ହେଲା । ତାଙ୍କର ୮ ବର୍ଷୀୟା ଝିଅ ଓ ୪ ବର୍ଷୀୟ ପୁଅ ଅଛନ୍ତି । ଘଟଣା ପରେ ଲିୟୁଙ୍କ ପରିବାର କ୍ଲିନିକ୍‌ ବିରୋଧରେ ମକଦ୍ଦମା କଲା ଏବଂ ୧.୩୭ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲା । ଏବେ ତାଙ୍କୁ କେବଳ ୨୦୦,୦୦୦ ୟୁଆନ ମିଳିଛି । ପରବର୍ତ୍ତୀ ଯାଞ୍ଚ୍‌ରୁ ଜଣାପଡ଼ିଛି, କ୍ଲିନିକ୍‌ ପାଖରେ ସର୍ଜରି ପାଇଁ ସମସ୍ତ ଆଇନଗତ ଦସ୍ତାବିଜ ଥିଲା ଏବଂ ଡାକ୍ତରଙ୍କ ପାଖରେ ମଧ୍ୟ ଲାଇସେନ୍ସ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.