ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାନ ଚାଷ ଦେଇଛି ରୋଜଗାର, ସ୍ବାବଲମ୍ବୀ ହୋଇଛନ୍ତି ମହିଳା

Published By : Suraj Kumar | October 10, 2024 9:36 PM

ଚନ୍ଦାହାଣ୍ଡି ,୧୦।୧୦  : ଚନ୍ଦାହାଣ୍ଡି ବ୍ଲକରେ  ଲୋକଙ୍କ ପାନର ଚାହିଦା ବେଶି ରହି ଥିବାରୁ  ପାନ ପତ୍ର ପାଇଁ  ଉପକୂଳ ଓଡିଶା ଉପରେ ନିର୍ଭର କରିବାକୁ ପଡ଼ୁଥିଲା l କିନ୍ତୁ ବର୍ତ୍ତମାନ  ଏହା ବଦଳି ଯିବା ସହ  ଚନ୍ଦାହାଣ୍ଡି ବ୍ଲକର  ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ମୋତିଗାଁ ଗ୍ରାମରେ ଏହ ପାନ ଚାଷ ଦେଖିବାକୁ ମିଳିଛି।  ଲକ୍ଷ୍ମୀ ତ୍ରିପାଠୀ  ନାମ୍ନୀ ଜଣେ ଗୃହିଣୀ ନିଜ ଘର ବାଡ଼ିରେ ପାନ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ସେ ନିଜେ ସ୍ୱାବଲମ୍ବୀ ହେବା ସହ  ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି l  

ମୋତିଗାଁ ଗ୍ରାମର ଲକ୍ଷ୍ମୀ ତ୍ରିପାଠୀ  ନିଜ ଘର ବାଡ଼ିରେ  ପାନ ଚାଷ କରିଛନ୍ତି । ପ୍ରଥମେ ଲକ୍ଷ୍ମୀ ଏହାକୁ ନିଜ ଘର ହତାରେ  ସୌନ୍ଦର୍ଯ୍ୟ ପାଇଁ ଲଗାଇଥିଲେ । କାଳକ୍ରମେ ଏହା ବହୁ ସଂଖ୍ୟାରେ ବଢ଼ିବାରୁ ସେ ପାନ  ଚାଷ କରିବା ପାଇଁ ମନସ୍ଥ  କରିଥିଲେ। ଏହା ଦ୍ୱାରା ଦୈନିକ  ୪ରୁ ୫ ଶହ ଟଙ୍କା ଆୟ କରିଥାନ୍ତି l   ଏହିପରି ମାସକୁ ୧୦ହଜାର ଟଙ୍କା ଆୟ କରିଥାନ୍ତି । ପାନ ଦୋକାନୀ ଠାରୁ ଆରମ୍ଭ କରି  ତ୍ରିନାଥ, ମେଳା ଓଷା, ବ୍ରତମାନଙ୍କରେ  ପତ୍ର ବିକ୍ରୀ  କରିଥାନ୍ତି। ୧୦୦ ପତ୍ରକୁ ୫୦ ଟଙ୍କାରେ ବିକ୍ରୀ କରୁଥିବା ନେଇ ସେ ପ୍ରକାଶ କରିଛନ୍ତି l ଯଦି ଉଦ୍ୟାନ ବିଭାଗ ଦ୍ୱାରା ତାଲିମ ପ୍ରଦାନ କରିବା ସହ  ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବେ ସେ ଆହୁରି ଭଲ ଚାଷ କରିବା ସହ ଅଧିକା ସ୍ୱାବଲମ୍ଭି ହୋଇ ପାରିବେ ବୋଲି କହିଛନ୍ତି।

ଏ ସମ୍ପର୍କରେ ବ୍ଲକ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ  ଲିଙ୍କନ ମେହେରଙ୍କୁ ପଚାରିବାରୁ ଉଦ୍ୟାନ ବିଭାଗ ତରଫରୁ ଉପଯୁକ୍ତ ତାଲିମ ପ୍ରଦାନ ସହ ପାନ ବରଜ ନିର୍ମାଣ କୌଶଳ ଶିକ୍ଷା ଦେବାରେ ପ୍ରୟାସ କରିବେ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.