ଅନୁଗୁଳ, ୧୦/୬: ଘର କାମ ଚାଲୁଥିବା ବେଳେ ଅଘଟଣ। ଭାଡ଼ାରୁ ଖସି ପଡି ମହିଳା ଶ୍ରମିକ ଆହତ। ଅଚେତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଅନୁଗୁଳ ଟାଉନ ଥାନା ଇଲାକା ରାଣୀଗୋଡା ଗ୍ରାମରେ ଘର କାମ ଚାଲୁଥିବା ବେଳେ ଜଣେ ମହିଳା ଶ୍ରମିକ ଆହତ ହୋଇଛନ୍ତି। ମହିଳା ଜଣଙ୍କ ହେଲେ ପୁରୁଣାଗଡ଼ ଗ୍ରାମର ଅଞ୍ଜଳି ନାଏକ ବୋଲି ଜଣାପଡିଛି।
ସୂଚନା ଅନୁସାରେ ଅଞ୍ଜଳୀ ଆଜି ସାକଳୁ ରାଣୀଗୋଡା ଗ୍ରାମକୁ ନିର୍ମାଣଧୀନ ଏକ ଘରକୁ ଶ୍ରମିକ ଭାବେ କାମ କରି ଆସିଥିଲେ। ଭାଡ଼ା ଉପରେ ଥାଇ କାମ କରୁଥିବା ବେଳେ ସକାଳ ୯ଟା ବେଳକୁ ଅସୁସ୍ଥ ଅନୁଭବ କରି ପଡି ଯାଇ ସଂଜ୍ଞାହୀନ ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକ ମାନେ ଗୃହକର୍ତାଙ୍କ ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏବେ ଅଞ୍ଜଳୀଙ୍କ ଚିକିତ୍ସା ଜାରି ରହିଛି।