ବଳଙ୍ଗା,୨୮/୦୮: ମହିଳାଙ୍କ ଆପତ୍ତିଜନକ ଫଟୋ  ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ମାମଲାରେ ସାଇବର  ଥାନା ପୁଲିସ୍‌ ୬ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି ।  ସେ ହେଲା ବଳଙ୍ଗା ଥାନା ଅନ୍ତର୍ଗତ ଡାଙ୍ଗୁରା ଗ୍ରାମର ବିକାଶ  ମାଝୀ(୨୨) । 

ସୂଚନା ମୁତାବକ, ବଳଙ୍ଗା ଥାନା ଅନ୍ତର୍ଗତ  ଏକ ଗ୍ରାମର ଜଣେ ମହିଳା ବ୍ଲକସ୍ତରୀୟ ସଙ୍ଗଠନରେ  ସମ୍ପାଦିକା ଭାବେ କାର୍ଯ୍ୟ କରନ୍ତି । ବିକାଶ ୬ ମାସ ତଳେ ତାଙ୍କ ନାମରେ ଏକ ଫେକ୍‌ ଆଇଡି ଖୋଲିଥିଲେ । ସେଥିରେ  ଆପତ୍ତିଜନକ ଫଟୋକୁ ଅଶ୍ଲୀଳ ଭାବେ ଏଡିଟିଂ କରି  ଭାଇରାଲ୍‌ କରିଥିଲେ । ଏନେଇ ମହିଳା ଜଣକ ଫେବ୍ରୁଆରୀ  ୨ରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌  ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା