ନରସିଂହପୁର ୧୯/୦୮: ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା ମହଙ୍ଗା ପଡ଼ିଲା। ନରସିଂହପୁର ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବା ସହ ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ଯୁବକକୁ ଉଠାଇଆଣିଛି। ଅଭିଯୁକ୍ତ ଜଣକ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁର ଅଭିଯୁକ୍ତ ବିକାଶ କୁମାର ମହାନ୍ତି ବୋଲି ପୁଲିସ ସୂଚନା ଦେଇଛି।
ନରସିଂହପୁର ଥାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣକ ସମ୍ପୃକ୍ତ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏଥିସହିତ ୫୦ ହଜାର ଦେବାକୁ ଦାବି କରିଥିଲେ। ମହିଳା ଜଣକ ମନା କରିବାରୁ ଅଭିଯୁକ୍ତ ଯୁବକ ଇନ୍ଷ୍ଟାଗ୍ରାମରେ ଏକ ଫେକ୍ ଆଇଡିରେ ଫଟୋ ଭାଇରାଲ କରିଥିଲେ। ଗତ ୧୬ ତାରିଖରେ ସଂପୃକ୍ତ ମହିଳା ନରସିଂହପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ ମାମଲା ଏକ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଯୁବକ ଆନ୍ଧ୍ରପ୍ରଦେଶ ଥିବା ଜଣିବାକୁ ପାଇଥିଲା। ପରେ ଏସପିଙ୍କ ନିର୍ଦେ୍ଦଶ କ୍ରମେ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଆନ୍ଧ୍ରପ୍ରଦେଶରେ ଚଢ଼ାଉ କରିଥିଲା। ସେଠାରୁ ଅଭିଯୁକ୍ତ ବିକାଶ କୁମାର ମହାନ୍ତିଙ୍କୁ ଗିରଫ କରିଥିଲା। ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।