ପ୍ରମୂଖ ଖବର
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Published By : Prameya | October 9, 2024 9:50 AM

ଦୁବାଇ,୦୯/୧୦: ଚଳିତ  ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବୁଧବାର ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗତ ଏସିଆ କପ୍‌ ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବା ପାଇଁ  ଭାରତ ପ୍ରସ୍ତୁତ ରହିଛି । ଶ୍ରୀଲଙ୍କା ମଧ୍ୟ ଟକ୍କର ଦେବାକୁ ଅପେକ୍ଷା କରିଛି । ଉଭୟ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌  ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । 

ଭାରତ ପ୍ରଥମ  ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବା  ପରେ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ  ହରାଇଥିଲା । ଶ୍ରୀଲଙ୍କା ୨ଟି ଯାକ ମ୍ୟାଚ୍‌ରେ  ଯଥାକ୍ରମେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ଠାରୁ  ପରାଜିତ ହୋଇଛି । ପଏଣ୍ଟ ତାଲିକାରେ  ଭାରତ ଚତୁର୍ଥ ଓ ଶ୍ରୀଲଙ୍କା ପଞ୍ଚମ ସ୍ଥାନରେ  ରହିଛନ୍ତି । ଫର୍ମାଟ୍‌ ଅନୁଯାୟୀ ଉଭୟ ଗ୍ରୁପ୍‌ର  ଶ୍ରେଷ୍ଠ ୨ଦଳ ସେମି ଫାଇନାଲ୍‌କୁ ଯୋଗ୍ୟତା  ଅର୍ଜନ କରିବେ । ତେଣୁ ମ୍ୟାଚ୍‌ଟି ଉଭୟ ଦଳ  ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । 

ଭାରତୀୟ ଦଳରେ ବହୁ  ତାରକା ବ୍ୟାଟର ରହିଥିଲେ  ହେଁ କେହି ଏପର୍ଯ୍ୟନ୍ତ ଦକ୍ଷତା  ଦେଖାଇ ନାହାନ୍ତି । ତେଣୁ  ଶ୍ରୀଲଙ୍କା ବିପକ୍ଷରେ ସ୍ମୃତି ମନ୍ଧନା  ଓ ଶେଫାଳି ବର୍ମା ଫର୍ମକୁ  ଫେରିବାକୁ ପ୍ରୟାସ କରିବେ ।  

ଭାରତୀୟ ଦଳ: ଶେଫାଳି ବର୍ମା,  ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ,  ହର୍ମନପ୍ରୀତ କୌର (ଅଧିନାୟିକା), ରିଚା  ଘୋଷ, ଦୀପ୍ତି ଶର୍ମା, ସଜୀବନ ସଜନା,  ଅରୁନ୍ଧତୀ ରେଡ୍ଡୀ, ଶ୍ରେୟଙ୍କା ପାଟିଲ, ଆଶା  ଶୋଭନା, ରେଣୁକା ସିଂହ । 

ଶ୍ରୀଲଙ୍କା ଦଳ: ଭିଷ୍ମୀ ଗୁଣରତ୍ନେ, ଚାମରି ଆଟାପଟୁ (ଅଧିନାୟିକା), ଏ  ହର୍ଷିତା ସମରବିକ୍ରମା, କବିଶା ଦିଲହାରୀ,  ନୀଳକ୍ଷୀକା ସିଲଭା, ହାସିନି ପେରେରା,  ଅନୁଷ୍କା ସଞ୍ଜିବନୀ, ସୁଗନ୍ଧିକା କୁମାରୀ,  ଇନୋଶି ପ୍ରିୟଦର୍ଶିନୀ, ଉଦେଶିକା  ପ୍ରବୋଧିନି, ଇନୋକା ରଣବୀରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.