ନରସିଂହପୁର, ୦୫/୦୬: ପାନୀୟ ଜଳ ପାଇଁ ରାସ୍ତା ଅବରୋଧ । ଜୟପୁର-ନରସିଂହପୁର ମୁଖ୍ୟ ରାସ୍ତାରେ ଗରା ବାଲଟି ଧରି ବସିଲେ ମାଳିସାହି ଗାଁର ମହିଳା । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବଡ଼ଭୂଇଁ ପଞ୍ଚାୟତ ମାଳିସାହି ଗାଁ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ସମସ୍ୟା ସମାଧାନ ନହେବାରୁ ବାଧ୍ୟ ହୋଇ ମହିଳା ମାନେ ରାସ୍ତା ଅବରୋଧ କରିଛନ୍ତି । ଯହାଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମାଳିସାହି ଗାଁଲୋକେ । ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସବୁଠି ଗୁହାରି କରିଛନ୍ତି, ହେଲେ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ମାଳିସାହିର ମହିଳାମାନେ ରାସ୍ତାରୋକ କରିଛନ୍ତି । ରାସ୍ତା ଅବରୋଧ ଯୋଗୁ ରାସ୍ତର ଉଭୟ ପାର୍ଶ୍ବରେ ଗାଡି ମୋଟର ଅଟକି ରହିଛନ୍ତି ।