ଢାକା,୧୧/୦୫: ଆଗାମୀ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଛି । ଅଭିଜ୍ଞ ୱିକେଟ୍ କିପର ବ୍ୟାଟର ନିଗାର ସୁଲତାନାଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ପୂର୍ବରୁ ୨୦୨୩ ଓ ୨୦୨୪ ସଂସ୍କରଣରେ ମଧ୍ୟ ଦଳର ନେତୃତ୍ୱ ନେଇଥିଲେ । ଟପ୍ ଅର୍ଡର ବ୍ୟାଟର ତାଜ୍ ନେହର ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସର୍ମିନ ସୁଲତାନା ବାଦ୍ ପଡ଼ିଛନ୍ତି । ତାଜ୍ ୮ଟି ଟି-ଟ୍ୱେଣ୍ଟି ଖେଳି ୪୪ରନ୍ କରିଛନ୍ତି । ଭେଟେରାନ ଫହିମା ଖାତୁନ ଦଳରେ ସ୍ଥାନ ବଜାୟ ରଖିଛନ୍ତି ।
ସେ କ୍ୟାରିୟରରେ ସପ୍ତମ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି । ଆଗାମୀ ବିଶ୍ୱକପ୍ ପୂର୍ବରୁ ଘୋଷିତ ବାଂଲାଦେଶ ଦଳ ଏକ ତ୍ରି-ରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜ ଜରିଆରେ ପ୍ରସ୍ତୁତି କରିବ । ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସ ଏହି ସିରିଜରେ ଭାଗ ନେବେ । ବାଂଲାଦେଶ ଦଳ ବିଶ୍ୱକପ୍ରେ ଗ୍ରୁପ୍-୧ରେ ନେଦରଲାଣ୍ଡ୍ସ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି । ଦଳ ଆଗାମୀ ଜୁନ୍ ୧୪ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ବାଂଲାଦେଶ ଦଳ
ନିଗାର ସୁଲତାନା ( ଅଧିନାୟିକା) , ନାହିଦା ଅକତର (ଉପଅଧିନାୟିକା), ଶର୍ମିନ ଅକତର, ଶୋଭାନା ମୋସ୍ତାରି, ସୋର୍ଣ୍ଣା ଅକତର, ରିତୁ ମୋନି, ରାବେୟା ଖାନ, ଫହିମା ଖାତୁନ, ଫରିହା ଇସଲାମ, ମାରୁଫା ଅକତର, ସଞ୍ଜିଦା ଅକତର, ସୁଲତାନା ଖାତୁନ, ଦିଲାରା ଅକତର, ଜୁଆଇରିୟା ଫିର୍ଦ୍ଦୋଶ, ତାଜ ନେହାର ।