ନୂଆଦିଲ୍ଲୀ,୧୩/୦୬; ଶୁକ୍ରବାରଠୁ ଆରମ୍ଭ ହୋଇଛି ମହିଳା ଟିଟ୍ୱେଣ୍ଟି ବିଶ୍ୱକପ୍ । ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ବୃହତ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍-୨ର ଏହି ମ୍ୟାଚ୍ରେ ଦଳ ୮୭ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଡାନି ୱାଟ୍-ହଜ୍ ଅପରାଜିତ ଶତକ ଓ ଫ୍ରେୟା କେମ୍ପ ୪ଟି ୱିକେଟ୍ ନେଇ ଦଳକୁ ଜିତାଇଥିଲେ । ୬୨ ବଲରେ ୧୦୫ ରନର ଦମଦାର ପାଳିଖେଳିଥିବା ୱାଟ୍-ହଜ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ବ୍ୟାଟିଂ ଆମନ୍ତ୍ରଣ ପାଇ ଇଂଲଣ୍ଡ ୧ ୱିକେଟ୍ ବିନିମୟରେ ୨୧୯ ରନ୍ ସଂଗ୍ରହ କରିଥିଲା । ଓପନିଂ ଯୋଡ଼ି ଆମି ଜୋନ୍ସ ଓ ୱାଟ୍-ହଜ୍ ରେକର୍ଡ ବିସ୍ଫୋରକ ବ୍ୟାଟିଂ କରି ୧୩୫ରନ୍ର ଭାଗିଦାରୀ ଗଠନ କରିଥିଲେ । ଜୋନ୍ସ ୫୩ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟିକା ନାଟ୍ ସ୍କିଭର ବ୍ରଣ୍ଟ୍ କ୍ରିଜ୍ରେ ଯୋଗଦେଇ ୱାଟ୍-ହଜ୍ଙ୍କ ସହ ମିଶି ସ୍କୋରକୁ ୧/୨୧୯ରେ ପହଞ୍ଚାଇ ଦେଇଥିଲେ । ୱାଟ୍ ହଜ୍ ୬୨ ବଲ୍ରେ ୧୦୫ (୧୩ଚୌକା, ୧ଛକା) ଓ ସ୍କିଭର-ବ୍ରଣ୍ଟ ୪୪ (୬ଚୌକା, ୧ଛକା) ରନ୍ କରି ଅପରାଜିତ ଥିଲେ । ୨୨୦ରନ୍ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ୧୩୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ନୀଳକ୍ଷିକା ସର୍ବାଧିକ ୩୭ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ କେମ୍ପ ୪ଟି ୱିକେଟ୍ ନେଇଥିଲେ ।
England kickstart their #T20WorldCup campaign with a massive victory over Sri Lanka 💪
— T20 World Cup (@T20WorldCup) June 12, 2026
📝: https://t.co/tAdOUvwRPT pic.twitter.com/hfdHZBQZQQ
ଏହା ବି ପଢନ୍ତୁ...IND vs AFG 1st ODI: ଏହି କାରଣରୁ ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆରେ ଉପୁଜିପାରେ ବାଧା
ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଦଶମ ସଂସ୍କରଣ ଜାରି ରହିଛି । ବର୍ମିଂହାମରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯାଇଥିଲା । ଯାହାକୁ ଜିତି ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଆୟୋଜନ ଇଂଲଣ୍ଡ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ମୋଟ୍ ୧୨ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ପର୍ଯ୍ୟନ୍ତ ୩୩ଟି ମ୍ୟାଚ ଖେଳାଯିବ । ଉଦଘାଟନୀ ଦିବସରେ ଗୋଟିଏ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ଦ୍ୱିତୀୟ ଦିବସ ଆର୍ଥାତ୍ ଆଜି ୩ଟି ମ୍ୟାଚ ଖେଳାଯିବ । ଗ୍ରୁପ୍ ଏ’ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଏବଂ ଗ୍ରୁପ୍ ବି’ରେ ଆୟର୍ଲାଣ୍ଡ-ସ୍କଟଲାଣ୍ଡ ଓ ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ ମୁହାଁମୁହିଁ ହେବେ । ଭାରତ ଆସନ୍ତାକାଲି ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବ । ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଦିନିକିଆ ବିଶ୍ୱକପ ଜିତିଥିଲା ଏଥର ବି ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।