ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ

Published By : Ankita S | May 11, 2025 2:36 PM

ନୂଆଦିଲ୍ଲୀ,୧୧/୦୫: ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମହିଳା ତ୍ରିରାଷ୍ଚ୍ରୀୟ ସିରିଜ୍‌ର ଫାଇନାଲ ମୁକାବିଲା ଖେଳାଯାଉଛି । ଏଥିରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ ୩୪୨ରନ କରିଛି । ଉପ ଅଧିନାୟିକା ସ୍ମୃତି ମାନ୍ଧନା ଶତକୀୟ ପାଳି ଖେଳିଛନ୍ତି । ୧୦୧ ବଲରେ ୧୧୬ରନ୍‌ର ଧୂଆଁଧାର ଇନିଂସ ଖେଳିଛନ୍ତି ସ୍ମୃତି ମାନ୍ଧାନା । ଶ୍ରୀଲଙ୍କା ଆଗରେ ୩୪୩ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଶ୍ରୀଲଙ୍କା ପକ୍ଷରୁ ଏସ୍ କୁମାରୀ ୫୯ ରନ୍ ଦେଇ ସର୍ବାଧିକ ୨ଟି ୱିକେଟ ନେଇଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଉପ-ଅଧିନାୟିକ ସ୍ମୃତି ମାନ୍ଧାନା ଓ ପ୍ରତିକା ରାୱଲ ଓପନିଂ କରିଥିଲେ । ଦୁହେଁ ଧୂଆଁଧାର ଆରମ୍ଭ କରିଥିଲେ । ଦଳୀୟ ସ୍କୋର ୭୦ରେ ଭାରତର ପ୍ରଥମ ୱିକେଟ ପତନ ହୋଇଥିଲା । ପ୍ରତିକା ୪୯ ବଲରେ ୩୦ରନ କରି ଆଉଟ୍ ହୋଇଥିଲେ । ସ୍ମୃତି ମାନ୍ଧାନା ଓ  ହରର୍ଲିନ ଦେଓଲ ଧୂଆଁଧାର ଇନିଂସ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଶ୍ରୀଲଙ୍କା ବୋଲଙ୍କୁ ନାକରେ ପାଣି ପିଆଇଥିଲେ । ଦଳୀୟ ସ୍କୋର ୧୯୦ରେ ଭାରତର ଦ୍ୱିତୀୟ ୱିକେଟ ପତନ ହୋଇଥିଲା । ୧୦୧ ବଲରେ ୧୧୬ ରନ୍‌ର ଇନିଂସ ଖେଳି ଆଉଟ ହୋଇଥିଲେ ସ୍ମୃତି ମାନ୍ଧାନା । ଏହା ସ୍ମୃତିଙ୍କ ୧୧ତମ ଦିନିକିଆ ଶତକ  । ଏହାପରେ ଅଧିନାୟକ ହର୍ମନପ୍ରୀତ କ୍ରିଜରେ ଯୋଗ ଦେଇଥିଲେ । ହର୍ଲିନ ଦେଓଲ ୪୭ରନ କରି ଆଉଟ୍ ହୋଇଥିଲେ ।

ଅଧିକ ପଢନ୍ତୁ...ଖେଳପ୍ରେମୀଙ୍କ ପାଇଁ ଖୁସି ଖବର ; ଭାରତ- ପାକିସ୍ତାନ ଉତ୍ତେଜନା ବନ୍ଦ ହେବା ପରେ ଆରମ୍ଭ ହେବ IPL !

ଏହାପରେ ହର୍ମନପ୍ରୀତ ଓ ଜେମିମା ରୋଡ୍ରିଗ୍ସ ପାଳି ସମ୍ଭାଳିଥିଲେ । ଦଳୀୟ ସ୍କୋର ୨୬୭ରେ ୪୧ରନ କରି ହର୍ମନପ୍ରୀତ ସୁଗାନ୍ଦିକା କୁମାରୀଙ୍କ ବଲରେ ଆଉଟ୍ ହୋଇଥିଲେ । ପରେ ପରେ ରିଚା ଘୋଷ ୮ ରନ୍‌, ଜେମିମା ୪୪ ଓ ଅନଲଜୋତ ୧୮ରନ୍ କରି ଆଉଟ୍ ହୋଇଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୭ ୱିକେଟ ହରାଇ ୩୪୨ରନ କରିଥିଲା । ବିପକ୍ଷ ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.