ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବର୍ଷାରେ ଭାସିଗଲା କୁଚେଣ୍ଡି ନଦୀର କାଠ ପୋଲ, ଚାନ୍ଦା କରି କାଠ ପୋଲ ନିର୍ମାଣ କଲେ ଶତାଧିକ ଲୋକେ

Published By : Harapriya Sethi | July 12, 2025 2:25 PM

ଫୁଲବାଣୀ / ଫିରିଙ୍ଗିଆ,୧୨/୦୭: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଲୁଇସିଂ ପଞ୍ଚାୟତର ତଳ ଡାଙ୍ଗାଣାମ ନିକଟରେ ଥିବା କୁଚେଣ୍ଡି ନାଳର କାଠ ପୋଲ ଗତ ଲଗାଣ ବର୍ଷାରେ ଧୋଇ ହୋଇ ଯିବା ଫଳରେ ଅଞ୍ଚଳ ବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରତିବର୍ଷ ଏହି କୁଚେଣ୍ଡି ନଦୀରେ ଅଞ୍ଚଳ ବାସୀ କାଠ ପୋଲ ନିର୍ମାଣ କରୁଥିବା ବେଳେ ବର୍ଷା ଦିନ ଆସିଲେ କାଠ ପୋଲ ଭାସି ଯାଏ । ପୁଣି ଥରେ ଅଞ୍ଚଳର ସମୂହ ଅଞ୍ଚଳର ଜନସାଧାରଣ ଯାତାୟାତରେ ସମସ୍ୟା ଭୋଗୁଥିବା ବେଳେ ଅଧିକାଂଶ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ ।

ଚଳିତ ବର୍ଷ ଲଗାଣ ବର୍ଷାରେ କାଠ ପୋଲ ଭାସିଯିବା ପରେ ଆଜି ପୁଣି ଥରେ ତଳ ଡାଙ୍ଗାଣାମ, ଉପର ଡାଙ୍ଗାଣାମ, ଶାଗଜଲା, ପାନପଦର, କଟଡି ସିରା, ବାଗ ନୁରୀ, ଟୁକୁ ପଦର, ପିଲି ପଦର, ବାତ ଜୁର, ବୁଗେର ମାସ୍କା, ଲାକା ସିର୍ପି, ଭଳି ୧୧ ରୁ ଉର୍ଦ୍ଧ୍ୱ ଗାଁର ଶତାଧିକ ଜନସାଧାରଣ ନିଜେ ଶ୍ରମ ଦାନ କରିବା ସହ ଚାନ୍ଦା କରିଛନ୍ତି । ଦିନ ତମାମ ଜଙ୍ଗଲରୁ କାଠ ସଂଗ୍ରହ କରି ପୁଣି ଥରେ କାଠ ପୋଲ ନିର୍ମାଣ କରିଛନ୍ତି । ୨ ଟି ୱାର୍ଡର ୨୦୦ ରୁ ଉର୍ଦ୍ଧ୍ୱ ଘର ରହିଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ସହ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଛି । କାଠ ପୋଲ ନହେଲେ ଯାତାୟାତ ପାଇଁ ସମସ୍ୟା ହେଉଥିବା ବେଳେ ବିଭିନ୍ନ ଆବଶ୍ୟକୀୟ କାମରେ ପଞ୍ଚାୟତ କାର୍ଯ୍ୟାଳୟ ହେଉ କି ବ୍ଲକ କାର୍ଯ୍ୟାଳୟ ହେଉ, ଏମିତି କି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଏହି କାଠ ପୋଲ ଉପରେ ନିର୍ଭର କରି ଆସୁଛନ୍ତି । କୁଚେଣ୍ଡି ନଦୀରେ କାଠ ପୋଲ ଧୋଇଗଲେ ପୁଣି ଥରେ ଚାନ୍ଦା କରି ଶ୍ରମ ଦାନ କରି କାଠ ପୋଲ ନିର୍ମାଣ କରୁଥିବା କିଛି ଗ୍ରାମବାସୀ କହିଛନ୍ତି । ଦୀର୍ଘ ବର୍ଷରୁ ଏହି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ । ତୁରନ୍ତ ଏହି ଅଞ୍ଚଳ ବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ କରିବାକୁ ଜଳନ୍ଧର ମଲିକ, କିନ ମଲିକ, ରାମ ମଲିକ, କୃଷ୍ଣ କହଁର, ନାରଦ ଭୋଇଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ଏହି କାଠ ପୋଲ ନିର୍ମାଣକୁ ନେଇ ଗ୍ରାମ୍ୟ ନିର୍ମାଣ ବିଭାଜନର ବିଭାଗୀୟ ଅଧିକାରୀ ସୁଶୀଳ ମହାନ୍ତିଙ୍କୁ ପଚାରିବାରୁ ଏହି କୁଚେଣ୍ଡି ନଦୀରେ ପୋଲ ନିର୍ମାଣ ପାଇଁ ଅନୁଦାନ ଆସିଛି ଏବଂ ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.