ନୂଆଦିଲ୍ଲୀ,୧୨/୧୨: ଡିଫେଣ୍ଡିଂ ଚାମ୍ପିଅନ୍‌ ଡିଙ୍ଗ ଲିରେନ ଓ କ୍ୟାଣ୍ଡିଡେଟ୍ସ  ଚାମ୍ପିଅନ୍‌ ଡି ଗୁକେଶଙ୍କ ମଧ୍ୟରେ ଚାଲିଥିବା ବିଶ୍ୱ ଚେସ ଚାମ୍ପିଅନ୍‌ସିପ୍‌  ରୋମାଞ୍ଚକର ମୋଡ଼ ନେଇଛି । ୧୩ତମ  ରାଉଣ୍ଡ ଶେଷ ହୋଇ ସାରିଥିଲେ  ହେଁ ଏପର୍ଯ୍ୟନ୍ତ କେହି ବିଜେତା ହୋଇପାରିନାହାନ୍ତି । ଉଭୟଙ୍କ ପଏଣ୍ଟ  ସମାନ ରହିଛି । ଆଗକୁ କେବଳ  ଗୋଟିଏ ମ୍ୟାଚ ଖେଳାଯିବ ।  ବୁଧବାର ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ୧୩ତମ ରାଉଣ୍ଡ ମଧ୍ୟ  ଡ୍ର’ ରହିଥିଲା । ଉଭୟ ପଏଣ୍ଟ ଭାଗ  କରିଥିଲେ । ବର୍ତ୍ତମାନ ଦୁହେଁ ୬.୫  ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି ।  ୧୩ତମ ରାଉଣ୍ଡ ରୋମାଞ୍ଚକର  ରହିଥିଲା । ପ୍ରାରମ୍ଭରୁ ଗୁକେଶ ପ୍ରଭାବ  ବିସ୍ତାର କରିଥିଲେ ହେଁ ପରବର୍ତ୍ତୀ  ସମୟରେ ଲିରେନ୍‌ ପ୍ରତ୍ୟାବର୍ତ୍ତନ  କରିଥିଲେ । ଏକ ସମୟରେ ମ୍ୟାଚ୍‌  ଲିରେନଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା ।  ମାତ୍ର ଗୁକେଶ ଲଢେଇ କରି ମ୍ୟାଚ୍‌କୁ ଫେରିଥିଲେ । ୪୦ତମ ଗୋଟି ଚାଳନା  ପରେ ମ୍ୟାଚ୍‌ ଡ୍ର’ ରହିଥିଲା ।