ଢେଙ୍କାନାଳ,୩୧/୦୧: ଯୋରନ୍ଦା ମହିମା ଗାଦିରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ । ମହିମା ସନ୍ନ୍ୟାସୀମାନେ ଭୋର୍ ସମୟରୁ ଧୁନି ପ୍ରଜ୍ଜ୍ୱଳନ କରିଛନ୍ତି । ଗାଦି ମନ୍ଦିରରେ ସନ୍ଧ୍ୟା ୫ଟାରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ମେଳା ପାଇଁ ମହିମା ଗାଦିରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଅଧିକ ସାଧୁ, ସନ୍ଥ, ସନ୍ୟାସୀ, ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ ସମାଗମ ହୋଇସାରିଲାଣି ।
ଚଳିତବର୍ଷ ଯୋରନ୍ଦା ମାଘମେଳାକୁ ୧୫୩ ବର୍ଷ ପୂରିଛି । ଏଥିସହ ମହିମାଧର୍ମ ପ୍ରତିଷ୍ଠାକୁ ୨୦୦ ବର୍ଷ ପୂରଣ ହୋଇଛି । ଚଳିତବର୍ଷ ମହିମା ଧର୍ମର ଦୁଇଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଫେବ୍ରୁଆରୀ ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଗାଦି ମନ୍ଦିର ପୂର୍ବ ପାଶ୍ୱର୍ରେ ସଭାସ୍ଥଳ ନିର୍ମାଣ ହୋଇଛି।
ଆହୁରି ପଢ଼ନ୍ତୁ: -ଫେବ୍ରୁଆରୀ ୨ ଯାଏ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୯ ଜିଲ୍ଲାରେ ଧରଣର କୁହୁଡ଼ି ନେଇ ଆଲର୍ଟ