ଦୁବାଇ ୧୪/୦୫: ଆଗାମୀ  ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ପାଇଁ  ଉଭୟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ  ଦଳ ଘୋଷଣା କରିଛନ୍ତି । ଟାଇଟଲ ଲଢ଼େଇ ପାଇଁ ଦକ୍ଷିଣ ଆଫ୍ରିକା ଏକ ୬ଜଣିଆ ପେସ୍‌ ବାହିନୀ ପ୍ରସ୍ତୁତ କରିଛି । ଏଥିସହ ଦଳରେ ୨ଜଣ ସ୍ପିନର ସ୍ଥାନ ପାଇଛନ୍ତି । ସେହିପରି ଅଷ୍ଟ୍ରେଲିଆ ଦଳକୁ  ଯୁବ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ୍‌  ପ୍ରତ୍ୟାବର୍ତ୍ତନ କରିଛନ୍ତି । 

ଦକ୍ଷିଣ ଆଫ୍ରିକା ପେସ ବାହିନୀର  ନେତୃତ୍ୱ ନେବେ କାଗିସୋ ରାବାଡା ।  ନିଷିଦ୍ଧ ଡ୍ରଗ୍‌ ସେବନ କରି ସେ ୧ ମାସ  ପାଇଁ ନିଲମ୍ବିତ ହୋଇଥିଲେ । ଏପ୍ରିଲ  ୩ରୁ ମେ’ ୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ  ସବୁ ଫର୍ମାଟ୍‌ କ୍ରିକେଟ୍‌ରୁ ଦୂରେଇ ରଖା  ଯାଇଥିଲା । ଏହାପରେ ସେ ପୁନର୍ବାର  ଆଇପିଏଲ୍‌ ଖେଳିବା ପାଇଁ ଭାରତ ଆସି  ଗୁଜରାଟ ଟାଇଟନ୍ସ ଦଳ ସହ ଅଭ୍ୟାସ  ଜାରି ରଖିଥିଲେ । ଭାରତ-ପାକିସ୍ତାନ ଯୁଦ୍ଧ  ଯୋଗୁଁ ଆଇପିଏଲ୍‌ ସ୍ଥଗିତ ରଖାଯାଇଥିଲା । 

ସେହିପରି ଗ୍ରୀନ୍‌ ୨୦୨୪ ମାର୍ଚ୍ଚରେ  ଶେଷ ଥର ପାଇଁ କୌଣସି ଟେଷ୍ଟ  ଖେଳିଥିଲେ । ଏହାପରେ ସେ ପିଠିରେ  ଅସ୍ତ୍ରୋପଚାର କରି କ୍ରିକେଟ୍‌ରୁ ଦୂରେଇ  ରହିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍‌  ଓ ଘରୋଇ କ୍ରିକେଟ୍‌ ଖେଳି ଡବ୍ଲ୍ୟୁଟିସି  ଫାଇନାଲ୍‌ ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ୟାଟ୍‌  କମିନ୍ସ ଦଳର ନେତୃତ୍ୱ ନେବେ ଓ  ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ୍‌ ପେସ୍‌  ବୋଲିଂରେ ତାଙ୍କୁ ସହାୟତା କରିବେ । 

ଜୁନ ୧୧ରୁ ଫାଇନାଲ୍‌ ଆରମ୍ଭ ହେବ ।  ଐତିହାସିକ ଲର୍ଡ୍ସ କ୍ରିକେଟ୍‌ କ୍ରିକେଟ୍‌  ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳାଯିବ । ଡିଫେଣ୍ଡିଂ  ଚାମ୍ପିଅନ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ  ଟାଇଟଲ ବଜାୟ ରଖିବାକୁ ପ୍ରୟାସ କରିବ । 

ଦକ୍ଷିଣ ଆଫ୍ରିକା ଦଳ: ତେମ୍ବା ବଭୁମା  (ଅଧିନାୟକ), ଡେଭିଡ ବେଡିଂହାମ୍‌,  କର୍ବିନ ବସ୍କ, ଟୋନି ଡି ଜର୍ଜି, ମାର୍କୋ  ଜାନସେନ, କେଶବ ମହାରାଜ, ଆଡେନ  ମାରକ୍ରମ, ୱିଆନ ମୋଲ୍ଡର, ସେନୁରାନ  ମୁଥୁସାମି, ଲୁଙ୍ଗି ଏନ୍‌ଗିଡ଼ି, ଡେନ  ପାଟରସନ, କାଗିସୋ ରାବାଡା, ର‌୍ୟାନ  ରିକେଲଟନ, ଟ୍ରିଷ୍ଟନ ଷ୍ଟବ୍ସ, କେଲି ଭେରିନ । 

ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍‌ କମିନ୍ସ  (ଅଧିନାୟକ), ସ୍କଟ୍‌ ବୋଲାଣ୍ଡ,  ଆଲେକ୍ସ କ୍ୟାରୀ, କାମେରନ ଗ୍ରୀନ,  ଜୋସ ହାଜେଲଉଡ୍‌, ଟ୍ରେଭିସ୍‌ ହେଡ୍‌,  ଜୋସ ଇଂଲିଶ, ଉସମାନ ଖୱାଜା,  ସାମ କନଷ୍ଟାସ, ମାଥ୍ୟୁ କୁହ୍ନେମନ,  ମାର୍ନସ ଲାବୁସାନ, ନାଥାନ ଲାୟନ, ଷ୍ଟିଭ  ସ୍ମିଥ, ମିଚେଲ ଷ୍ଟାର୍କ, ବ୍ୟୁ ୱେବଷ୍ଟର ।