ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ବ୍ରାଜିଲ୍‌ରେ ବିକ୍ରି ହେଲା ବିଶ୍ୱର ସବୁଠାରୁ ମୂଲ୍ୟବାନ ଗାଈ, ଜାଣନ୍ତୁ କେତେ ଟଙ୍କାରେ ହେଲା ନିଲାମ...

Published By : Harapriya Sethi | February 6, 2025 11:29 AM

ନୂଆଦିଲ୍ଲୀ, ୦୬/୦୨: ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଟଙ୍କାରେ ପଶୁପକ୍ଷୀ ନିଲାମ ହେଉଥିବାର ଆମେ ଦେଖିଛେ । ଅନେକ ଲୋକ ଏଭଳି ଦାମୀ ପଶୁପକ୍ଷୀଙ୍କୁ କିଣିବାକୁ ସଉକ ରଖନ୍ତି । ସେହିଭଳି ନିକଟରେ ଏକ ଗାଇର ନିଲାମ ଲାଗିଥିଲା । ଯାହାକୁ ଲକ୍ଷେ ଦି ଲକ୍ଷ ନୁହଁ କୋଟି କୋଟି ଟଙ୍କାର ବୋଲ ଲାଗିଥିଲା । ଏହି ଗାଇଟିକୁ ଜଣେ କେତେ ଦାମ୍ ଦେଇ କିଣିଥିବେ ବୋଲି ଆପଣ ଭାବୁଛନ୍ତି ? କୋଟିଏ ନା ୨ କୋଟି ? ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଇର ଦାମ୍‌ରେ ଆପଣ ୩-୪ଟି ରୋଲ୍ସ ରଏସ୍ ଗାଡ଼ି କିଣିପାରିବେ । ଏହି ଗାଇଟି ୪୦ କୋଟି ଟଙ୍କାରେ ନିଲାମ ହୋଇଛି ।

ସାଧାରଣତଃ ଗାଈ ମାନଙ୍କର ଭିନ୍ନ ଭିନ୍ନ ପ୍ରଜାତି ରହିଥାଏ । ଏହି ପ୍ରଜାତି ନିଜ ନିଜର ସ୍ୱତନ୍ତ୍ର ଗୁଣବତ୍ତା ତଥା ଜନ୍ମ ସମ୍ୱନ୍ଧୀୟ କୌଳିକ ଗୁଣ ପାଇଁ ବେଶ୍ ଉଚ୍ଚ ଦାମ୍‌ରେ ବିକ୍ରି ହୋଇଥାନ୍ତି । ଏହି ଗାଈ ଗୁଡ଼ିକ ବହୁ ମୂଲ୍ୟବାନ ହୋଇଥିବାରୁ ସେମାନଙ୍କୁ ନିଲାମ ମଧ୍ୟ କରାଯାଇଥାଏ । ବ୍ରାଜିଲରେ ଭିଆଟିନା- ୧୯ ନାମକ ଏକ ସ୍ୱତନ୍ତ୍ର ପ୍ରଜାତିର ଗାଈ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଛି । ଯାହା ବିଶ୍ୱ ସ୍ତରରେ ରେକର୍ଡ କରି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେଥିଲାଗି ଏହି ଗାଈଟି ବେଶ୍‌ ଲୋକପ୍ରିୟ ସାବ୍ୟସ୍ତ ହୋଇଛି । ଏହି ପ୍ରଜାତିର ଗାଈ ଜାପାନର ୱାଗ୍ୟୁ ନାମକ ଦାମୀ ପ୍ରଜାତି ଏବଂ ଭାରତର ବ୍ରାହ୍ମନ ନାମକ ପ୍ରଜାତିର ଗାଈଙ୍କ ଠାରୁ ମଧ୍ୟ ବେଶ୍ ମୂଲ୍ୟବାନ । କାରଣ ଏହି ପ୍ରଜାତିର ଗାଈ ଅତ୍ୟଧିକ ଗରମ ପରିବେଶ ତଥା ସବୁ ପ୍ରକାରର ପରିବେଶରେ ରହିବାକୁ ସକ୍ଷମ ହୋଇଥାନ୍ତି ।

ଏହି ଭିଆଟିନା-୧୯ ପ୍ରଜାତିର ଗାଈ ବ୍ରାଜିଲର ମିନାସ ଜେରାଇସ୍‌ରେ ବିଶ୍ୱର ସବୁଠାରୁ ଦାମୀ ନେଲୋର ଗାଈ ଭାବରେ ଇତିହାସ ରଚିଛି । ଏହି ଗାଈର ଓଜନ ୧,୧୦୧ କେଜି ରହିଛି ଯାହା ସାଧାରଣତଃ, ଏହି ପ୍ରଜାତିର ବୟଷ୍କ ଗାଈଙ୍କ ଓଜନର ତୁଳନାରେ ଦୁଇଗୁଣା । ଏହି ବିଶ୍ୱ ପ୍ରସିଦ୍ଧ ଗାଈଟି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସବୁଠାରୁ ଦାମୀ ଗାଈ ଭାବରେ ନିଜକୁ ପରିଚିତ କରିଛି । କେବଳ ସେତିକି ନୁହେଁ, ଚ୍ୟାମ୍ପିଅନ୍ସ ଅଫ୍ ଦ ୱାର୍ଡ ପ୍ରତିଯୋଗିତାରେ ନିଜର ସୁନ୍ଦରତା, ଅନୁପମ ଜନ୍ମ ସମ୍ୱନ୍ଧୀୟ କୌଳିର ଗୁଣ ତଥା ସୁଦୃଢ ଶରୀର ପାଇଁ ମିସ୍ ସାଉଥ ଆମେରିକା ହୋଇ ବିଜୟ ହାସଲ କରିଛି । 

ନେଲୋର୍ ବ୍ରିଡ୍ ବାସ୍ତବରେ ଏକ ଭାରତୀୟ ବ୍ରିଡ୍ ଯାହା ଓନ୍‌ଗୋଲ୍‌ ଗାଈ ନାମରେ ଜଣାଶୁଣା । ବ୍ରାଜିଲ୍‌ରେ ଏହି ପ୍ରଜାତିର ଗାଈ ପ୍ରଥମ ଥର ପାଇଁ ୧୮୦୦ ମସିହାରେ ପରିଚିତ ହୋଇଥିଲା । ଅତ୍ୟଧିକ ତାପମାତ୍ରା ସହିବା, ରୋଗ ପ୍ରତିରୋଧକ ଶକ୍ତି, ନିଜର ଚରିବା ଅଭ୍ୟାସ ତଥା ସୁଦୃଢ ଶରୀର ପାଇଁ  ଏହି ଗାଈଙ୍କ ଦାମ୍ ବେଶ୍ ଅଧିକ । ଏହା ଛଡ଼ା ଉତ୍ତମ ପ୍ରଜନନ କ୍ଷମତା ନେଲୋର ବ୍ରିଡ୍କୁ ସର୍ବୋତ୍ତମ କରିବାରେ ସକ୍ଷମ ହୋଇଥାଏ । ଏହି ସବୁ ସ୍ୱତନ୍ତ୍ରତା କାରଣରୁ ବ୍ରାଜିଲ୍‌ର କୃଷି ଉତ୍ପାଦନ ଏବଂ ଅର୍ଥନୈତିକ ଉନ୍ନତି ପାଇଁ ଏହି ନେଲୋର୍ ପ୍ରଜାତିର ଗାଈଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.