ନୂଆଦିଲ୍ଲୀ,୨୯।୯: ବିଶ୍ୱର ସବୁଠାରୁ ଉଚ୍ଚ ବ୍ରିଜକୁ ଚୀନ୍ ଜନସାଧାରଣଙ୍କ ପାଇ ଖୋଲି ଦେଇଛି । ଏହି ବ୍ରିଜର ନାଁ ହେଉଛି ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟନ୍ ବ୍ରିଜ୍, ଯାହାକି ବିଶ୍ୱର ସବୁଠାରୁ ଉଚ୍ଚ ସେତୁ ଭାବରେ ଜଣାଯାଏ। ଏହା ଏଫିଲ ଟାୱାରଠାରୁ ଦୁଇଗୁଣ ଉଚ୍ଚ। ଏଫିଲ ଟାୱାର ୩୩୦ ମିଟର ଉଚ୍ଚତାରେ ଅବସ୍ଥିତ, ଯେତେବେଳେ କି ଏହି ବ୍ରିଜର ଉଚ୍ଚତା ୬୨୫ ମିଟର। ଏହି ବ୍ରିଜ୍ ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟରର ଦୁଇ ପାର୍ଶ୍ୱ ମଧ୍ୟରେ ଯାତ୍ରାକୁ ବହୁତ ସହଜ କରିଛି। ଏହା ସଂଯୋଗୀକରଣର ଏକ ନୂତନ ଉଦାହରଣ ସ୍ଥାପନ କରିଛି। ବ୍ରିଜଟି ଦୁଇ ମିନିଟରେ ଦୁଇ ଘଣ୍ଟା ସମୟ ନେଉଥିବା ଦୂରତା ଅତିକ୍ରମ କରେ। ଯେଉଁଠାରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ଦୁଇ ଘଣ୍ଟା ସମୟ ଲାଗୁଥିଲା, ଏବେ ଏହାକୁ ମାତ୍ର ଦୁଇ ମିନିଟରେ ଅତିକ୍ରମ କରାଯାଇପାରିବ।

ଗତକାଲି ବ୍ରିଜ୍‌ର ଡ୍ରୋନ୍ ଫୁଟେଜ୍ ସାରା ବିଶ୍ବ ଦେଖିଥିଲା । ଭିଡିଓରେ ମେଘ ଘେରି ରହିଥିବା ବ୍ରିଜର ଏକ ଭିନ୍ନ ଦୃଶ୍ୟ ଦେଖାଯାଇଥିଲା। ଯାନବାହାନଗୁଡ଼ିକ ମଧ୍ୟ ସେତୁ ଉପରେ ପାର୍କିଂ ହୋଇଥିବା ଦେଖାଯାଇଛି। ବ୍ରିଜ୍ ଉଦଘାଟନ ଉତ୍ସବରେ ବହୁ ସଂଖ୍ୟକ ଦର୍ଶକ ଯୋଗ ଦେଇଥିଲେ। ପ୍ରୋଜେକ୍ଟର ଇଞ୍ଜିନିୟର ଏବଂ ସ୍ଥାନୀୟ ଅଧିକାରୀମାନେ ଲାଇଭ ଇଣ୍ଟରଭ୍ୟୁରେ ଗର୍ବ ଏବଂ ଉତ୍ସାହ ପ୍ରକାଶ କରିଥିଲେ।

ବ୍ରିଜର କେତେ ମଜବୁତ ତାହା ଯାଞ୍ଚ କରିବା ପାଇଁ ଗତ ମାସ ଟେଷ୍ଟ କରାଯାଇଥିଲା। ଇଞ୍ଜିନିୟରମାନଙ୍କର ଏକ ଟିମ୍ ଲୋଡ୍ ଟେଷ୍ଟ ବେଳେ ୯୬ଟି ଟ୍ରକ୍‌କୁ ବ୍ରିଜ୍ ଉପରେ ରଖିଥିଲେ।  ଫଳରେ ପ୍ରବଳ ଟ୍ରାକିଫ୍ ଥିଲେ ମଧ୍ୟ ସ୍ଥିତି ପରଖା ଯାଇ ହେବ।  ୪୦୦ ରୁ ଅଧିକ ସେନ୍ସର ସେତୁର ମେନ୍ ସ୍ପାନ୍, ଟାୱାର, କେବୁଲ୍ ଏବଂ ସସପେଣ୍ଡରଗୁଡ଼ିକୁ ସାମାନ୍ୟ ଗତିବିଧି ପାଇଁ ନିରୀକ୍ଷଣ କରିଥିଲେ, ଏହାର ଶକ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିଥିଲେ। ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟନ୍ ବ୍ରିଜ୍ ଏବେ ଦୁଇଟି ପ୍ରତିଷ୍ଠିତ ରେକର୍ଡ ନିଜ ନାଁରେ କରିସାରିଛି। ଦୁନିଆର ସବୁଠାରୁ ଉଚ୍ଚ ବ୍ରିଜ୍‌ ଓ ପାହାଡ କ୍ଷେତ୍ରରେ ତିଆରି ସବୁଠାରୁ ବଡ଼ ସ୍ପାନ୍‌ ଥିବା ବ୍ରିଜ୍। ଏହା କେବଳ ଏକ ପରିବହନ କେନ୍ଦ୍ର ନୁହେଁ,ବଂର ପର୍ଯ୍ୟଟନର ଆକର୍ଷଣ ମଧ୍ୟ ରହିଛି। ଏଥିରେ ୨୦୭ ମିଟର ଉଚ୍ଚ ପାସେଞ୍ଜର ଲିଫ୍ଟ, ସ୍କାଇ କେଫେ ଓ ଭିୟୁଇଙ୍ଗ ପ୍ଳାଟଫର୍ମ ରହିଛି, ଯେଉଁଠାରୁ ଘାଟିର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ।