ମୁମ୍ବାଇ, ୧୫/୧୨ :  ଓ୍ବିମେନ୍ସ ପ୍ରିମିୟର ଲିଗ୍ ୨୦୨୫ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ୧୬ବର୍ଷୀୟ ଖେଳାଳୀଙ୍କ ଉପରେ ବଡ଼ ବାଜି ଲଗାଇଛି । ମୁମ୍ବାଇ ତାମିଲନାଡ଼ୁର ଜୀ କମଳିନୀଙ୍କୁ ବେସ ପ୍ରାଇସରୁ ବହୁ ଗୁଣା ଅଧିକ ଦାମରେ କିଣିଛି । ଭଲ କଥା ଏହା ଅଟେ କି କମଳିନୀଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀଙ୍କ ଭଳି ଏକ ବହୁତ ଭଲ ଜିନିଷ ଅଛି । କମଳିନୀଙ୍କ ବେସ ପ୍ରାଇସ ୧୦ଲକ୍ଷ ଟଙ୍କା ଥିଲା । କିନ୍ତୁ ମୁମ୍ବାଇ ତାଙ୍କୁ ୧.୬୦କୋଟି ଟଙ୍କାରେ କିଣିଛି । ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ୍ ବୟସରେ କୋଟିପତି ହୋଇଥିଲେ । ଡବ୍ଲ୍ୟୁପିଏଲରେ କମଳିନୀଙ୍କ ନାଁ ଏହି ରେକର୍ଡ଼ରେ ସାମିଲ ହୋଇପାରେ ।

କମଳିନୀ ଘରୋଇ କ୍ରିକେଟରେ ତାମିଲନାଡ଼ୁ ପାଇଁ ଖେଳିଥାନ୍ତି । ସେ କେତେକ ମୌକାରେ ଭଲ ପ୍ରଦର୍ଶନ କରି ସାରିଛନ୍ତି।  ଡବ୍ଲ୍ୟୁପିଏଲର ଅକ୍ସନରେ କମଳିନୀଙ୍କ ପ୍ରଥମ ବାଜି ମୁମ୍ବାଇ ଲଗାଇଥିଲା । କିନ୍ତୁ ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସ ଓ୍ବିମେନ୍ସ ବି ଏହି ଦୌଡ଼ରେ ସାମିଲ ହୋଇଥିଲା । ଦିଲ୍ଲୀ ଶେଷ ଡାକ ୧.୫୦କୋଟି ଲଗାଇଥିଲା । ସେହିଭଳି ମୁମ୍ବାଇ ୧.୬୦କୋଟି ଟଙ୍କାର ଡାକ ଲଗାଇ କମଳିନୀଙ୍କୁ କିଣି ନେଇଛି ।