ନୂଆଦିଲ୍ଲୀ,୨୧/୦୧: ଚଳିତ ଡବ୍ଲ୍ୟୁପିଏଲ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ପରାଜୟର ସାମ୍ନା କରିଛି । ମଙ୍ଗଳବାର ଅନୁଷ୍ଠିତ ୧୩ତମ ଲିଗ୍ ମୁକାବିଲାରେ ଦଳ ୭ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ ବିନିମୟରେ ୧୫୪ ରନ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି ।
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଆହତ ଜି କାମାଳନୀ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ବାମ ହାତି ସ୍ପିନର ବୈଷ୍ଣବୀ ଶର୍ମାଙ୍କୁ ଚୁକ୍ତି କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସେ ପଦାର୍ପଣ କରିଥିଲେ । ସେହିପରି କାମାଳନୀଙ୍କ ସ୍ଥାନରେ ରାହିଲା ଫିର୍ଦୋସ ୱିକେଟ୍ କିପର ଦାୟିତ୍ୱ ତୁଲାଇଥିଲେ । ଏସ ସଜନା ଓ ହେଲି ମାଥ୍ୟୁସ ପାଳି ଆରମ୍ଭ କରିଥିଲେ ଓ ଉଭୟ ନିରାଶ କରିଥିଲେ । ସଜନା ୯ ଓ ମାଥ୍ୟୁସ ୧୨ ରନ କରି ଆଉଟ୍ ହୋଇଥିଲେ । ଏହାପରେ ନାତାଲି ସ୍କିଭର-ବ୍ରଣ୍ଟ ଓ ହର୍ମନପ୍ରୀତ କୌର ମିଶି ସ୍ଥିତି ସୁଧାରିଥିଲେ । ତୃତୀୟ ୱିକେଟ୍ରେ ଉଭୟ ୭୮ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୯୯ ବେଳେ ବ୍ୟକ୍ତିଗତ ୪୧ (୭ଚୌକା) ରନ କରି ହର୍ମନପ୍ରୀତ ଆଉଟ୍ ହୋଇଥିଲେ । ପରେ ପରେ ନିକୋଲା କ୍ୟାରୀ ୧୨ ଓ ଅମନଜୋତ କୌର ୩ ରନ କରି ପାଭିଲିୟନ ଫେରିବା ସହ ମୁମ୍ବାଇ ଇଣ୍ଡିଆନ୍ସ ୧୩୪ ରନ୍ରେ ୫ଟି ୱିକେଟ୍ ହରାଇଥିଲା । ସ୍କିଭର-ବ୍ରଣ୍ଟ ଗୋଟିଏ ପଟେ ଲଢୁଆ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରକୁ ୧୫୪ରେ ପହଞ୍ଚାଇଥିଲେ । ସେ ୪୫ଟି ବଲ୍ରେ ୬ ଚୌକା ଓ ୨ଛକା ବଳରେ ୬୫ ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶ୍ରୀଚରଣୀ ୩ଟି ୱିକେଟ୍ ନେଇଥିଲେ ।
Taking command from the 🔝
— Women's Premier League (WPL) (@wplt20) January 20, 2026
Captain Jemimah Rodrigues is named the Player of the Match for her match-winning knock 🏅
RELIVE her innings ▶️ https://t.co/h5YGNPNQYy#TATAWPL | #KhelEmotionKa | #DCvMI️ | @JemiRodrigues pic.twitter.com/uAloo81jYJ
ଏହା ବି ପଢନ୍ତୁ...୪୩ବର୍ଷରେ ଅବସର ନେଲେ ପାକିସ୍ତାନର ଭେଟରାନ କ୍ରିକେଟର, ସନ୍ନ୍ୟାସ ପରେ ହେଲେ ଭାବପ୍ରବଣ
ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପନର ଶେଫାଳି ବର୍ମା ଓ ଲିଜେଲି ଲି ଆକ୍ରମଣାତ୍ମକ ବ୍ୟାଟିଂ କରି ୬୩ ରନ ସଂଗ୍ରହ କରିଥିଲେ । ଅଷ୍ଟମ ଓଭରରେ ବୈଷ୍ଣବୀ ଯୋଡ଼ି ଭାଙ୍ଗିଥିଲେ । ଶେଫାଳି ୨୯ରନ କରି ଆଉଟ୍ ହୋଇଥିଲେ । ଲି’ ୨୮ଟି ବଲ୍ରେ ୭ ଚୌକା ଓ ୧ ଛକା ବଳରେ ୪୬ ରନ କରି ଦଳୀୟ ସ୍କୋରକୁ ୮୪ରେ ପହଞ୍ଚାଇବା ପରେ ଆଉଟ୍ ହୋଇଥିଲେ । ମୂଳଦୁଆ ସୁଦୃଢ଼ ଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ଆଶା ଉଜ୍ଜ୍ୱଳ ରହିଥିଲା । ଜେମିମା ରୋଡ୍ରିଗ୍ସ ଓ ଲୌରା ଉଲଭାର୍ଟ ଆଉ ୩୪ ରନ ଯୋଗ କରି ଦଳକୁ ବିଜୟ ନିକଟତର କରାଇଥିଲେ । ଉଲଭାର୍ଟ ୧୭ ରନ କରି ଆଉଟ୍ ହୋଇଥିଲେ । ଜେମିମା ଅପରାଜିତ ରହି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବିଜୟୀ କରାଇଥିଲେ । ସେ ୩୭ଟି ବଲ୍ରୁ ୫ ଚୌକା ଓ ୧ଛକା ବଳରେ ୫୧ ରନ କରିଥିଲେ ।