ନୂଆଦିଲ୍ଲୀ,୨୦/୧ : ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମାଲିକ ୪୩ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ ସୁପର ଲିଗରୁ ସନ୍ନ୍ୟାସ ନେଇଛନ୍ତି । ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ ପିଏସଏଲରେ ଖେଳୁଥିଲେ ଏବଂ ତାଙ୍କ ସ୍ମରଣୀୟ କ୍ୟାରିୟରରେ ୨୦୦୦ରୁ ଅଧିକ ରନ କରିଛନ୍ତି। ସେ ପିଏସଏଲ ୧୧ ଠିକ୍ ପୂର୍ବରୁ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ, ଆଗାମୀ ସିଜନ ୨୬ମାର୍ଚ୍ଚରୁ ଆରମ୍ଭ ହେବ । ସୋଏବ ମଲିକ ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କର ଅବସର ଘୋଷଣା କରିଛନ୍ତି ।
ସେ ପାକିସ୍ତାନ ସୁପର ଲିଗରେ ତାଙ୍କର ୧୦ ସିଜନର ଅଭିଜ୍ଞତା ବାଣ୍ଟି କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ ସେ ଅନେକ ସ୍ମୃତି ସାଉଣ୍ଟିଛନ୍ତି, କିନ୍ତୁ ଏବେ ଲିଗକୁ ଅଲବିଦା କହୁଛି । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ପିଏସଏଲରୁ ଅବସର ନେଉଛନ୍ତି, କିନ୍ତୁ କ୍ରିକେଟର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିବେ।