ନୂଆଦିଲ୍ଲୀ,୦୬/୦୮: କ୍ରୋଏସିଆର ଜାଗ୍ରେବ ଠାରେ ଆଗାମୀ  ସେପ୍ଟେମ୍ବର ୧୩ରୁ ୨୧ ତାରିଖ ମଧ୍ୟରେ ରେସଲିଂ ବିଶ୍ୱ ଚାମ୍ପିଅନସିପ୍‌ ଆୟୋଜିତ ହେବ । ଏଥିପାଇଁ ୩୦ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଗତ ରବିବାର ଚୟନ ପ୍ରତିଯୋଗିତା ମାଧ୍ୟମରେ ଦଳ ଚୟନ କରାଯାଇଥିଲା ।  ପ୍ୟାରିସ୍‌ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଅମନ ସେହରାୱତ ଏବଂ ଯୁବା  ରେସଲର ଅନ୍ତିମ ପଙ୍ଘାଲ ଦଳର ନେତୃତ୍ୱ ନେବେ । ସେହିପରି ଏସୀୟ  ଚାମ୍ପିଅନ୍‌ ମନୀଷା ଭାନୱାଲ ଓ ସୁଜିତ କଲକଲ, ଅଲିମ୍ପିଆନ ଦୀପକ ପୁନିଆଙ୍କ  ଭଳି ଷ୍ଟାର୍‌ ରେସଲର ଦଳରେ ସାମିଲ ରହିଛନ୍ତି ।

ଭାରତୀୟ ଦଳ

ମହିଳା ଫ୍ରୀ-ଷ୍ଟାଇଲ୍‌: ଅଙ୍କୁଶ (୫୦କିଲୋ), ଅନ୍ତିମ ପଙ୍ଘାଲ (୫୩କିଲୋ),  ନିଶୁ (୫୫କିଲୋ), ତପସ୍ୟା (୫୭କିଲୋ), ନେହା ସାଙ୍ଗୱାନ (୫୯କିଲୋ),  ମନୀଷା ଭାନୱାଲ (୬୨କିଲୋ), ବୈଷ୍ଣବୀ ପାଟିଲ (୬୫କିଲୋ), ସ୍ରିଷ୍ଟି  (୬୮କିଲୋ), ଜ୍ୟୋତି ବରୱାଲ (୭୨କିଲୋ), ପ୍ରିୟା ମଲିକ (୭୬କିଲୋ) । 

ପୁରୁଷ ଫ୍ରୀ-ଷ୍ଟାଇଲ୍‌: ଅମନ ସେହରାୱତ (୫୭କିଲୋ), ଉଦିତ ଗୁଲିଆ  (୬୧କିଲୋ), ସୁଜିତ କଲକଲ (୬୫କିଲୋ), ରୋହିତ (୭୦କିଲୋ), ଜୟଦୀପ  ନରୱାଲ (୭୪କିଲୋ), ଅମିତ (୭୯କିଲୋ), ମୁକୁଲ ଡାହିୟା (୮୬କିଲୋ),  ଦୀପକ ପୁନିଆ (୯୨କିଲୋ), ଭିକି (୯୭କିଲୋ), ରଜତ (୧୨୫କିଲୋ) । 

ଗ୍ରେକୋ-ରୋମାନ: ଅନିଲ ମୋର (୫୫କିଲୋ), ସୂରଜ (୬୦କିଲୋ), ସନି  କୁମାର (୬୩କିଲୋ), ଅନିଲ (୬୭କିଲୋ), ଅଙ୍କିତ ଗୁଲିଆ (୭୨କିଲୋ),  ଅମନ (୭୭କିଲୋ), ରାହୁଲ (୮୨କିଲୋ), କରଣ (୭କିଲୋ), ନିତେଶ  (୯୭କିଲୋ), ସୋନୁ (୧୩୦କିଲୋ) ।