ତିଆନଜିନ: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ୨୫ତମ ସାଙ୍ଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗ ଦେବା ପାଇଁ ଚାଇନା ଗସ୍ତରେ ରହିଛନ୍ତି। ଏହି ପରିପ୍ରେକ୍ଷିରେ ଚାଇନା ସରାକର ପିଏମ୍ ମୋଦିଙ୍କୁ ନବା ଆଣିବା କରିବା ପାଇଁ ଦେଶର ଦେଶର ପ୍ରତୀକାତ୍ମକ "ମେଡ୍ ଇନ୍ ଚାଇନା" ହୋଙ୍ଗ୍କି କାରର ବିଶେଷ ସସ୍କରଣ ଉପହାର ଦେଇଛନ୍ତି। SCO ସମ୍ମିଳନୀକୁ ଆସିଥିବା ସମସ୍ତ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ସି ଜିଙ୍ଗପିଙ୍ଗ ପରିବହନ ପାଇଁ ଏହି ଗାଡି ଚୟନ କରିଥିବା ଜଣାପଡିଛି।
ଆପଣଙ୍କୁ ଜଣାଇରଖୁ ଯେ ନିଜେ ସି ଜିଙ୍ଗପିଙ୍ଗ ମଧ୍ୟ ଏହି ଗାଡି ବ୍ୟବହାର କରିଥାନ୍ତି। ୨୦୧୯ରେ ଜିଙ୍ଗପିଙ୍ଗ ଭାରତ ଗସ୍ତରେ ଥିବା ବେଳେ ହୋଙ୍ଗ୍କି L5 ମଡେଲର କାର ନେଇ ଆସିଥିଲେ। ୧୯୫୮ ମସିହାରୁ ଚାଇନାରେ ଏହି ହୋଙ୍ଗ୍କି କମ୍ପାନୀ ଅନେକ ବିଳାସପୂର୍ଣ୍ଣ ଗାଡି ନିର୍ମାଣ କରି ଆସୁଛି। ଏହା ଚାଇନାର ପ୍ରଥମ କାର ନିର୍ମାତା କମ୍ପାନୀ ଭାବେ ପରିଗଣିତ ହୋଇଥାଏ। କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା(ସିପିସି) ପାଇଁ ଏହି କମ୍ପାନୀ ଖାସ୍ ଗାଡି ନିର୍ମାଣ କରିଥାଏ ବୋଲି ସୂଚନା ରହିଛି।
ଚାଇନା ଆସିଥିବା ପ୍ରାୟ ସମସ୍ତ ବିଶ୍ୱ ନେତା ଚାଇନା ଦ୍ୱାରା ପ୍ରଦାନ କରାଯାଇଥିବା ଏହି କମ୍ପାନୀର ଗାଡି ବ୍ୟବହାର କରୁଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିନ୍ତୁ ଭିନ୍ନ ଧରଣର କାର ବ୍ୟବହାର କରୁଛନ୍ତି। ସେ ନିଜ ସହିତ ଋଷରୁ ତାଙ୍କ ପ୍ରିୟ ଉରୁସ ସେଡାନ କାର ନେଇ ଚାଇନା ଆସିଥିବା ବେଳେ ବିଭିନ୍ନ ବୈଠକ ଓ ସମ୍ମିଳନିକୁ ଯିବାକୁ ନିଜ କାର ବ୍ୟବହାର କରୁଥିବା ନଜରକୁ ଆସିଛନ୍ତି। ପୁଟିନଙ୍କ ଏହି ପ୍ରିୟ କାରର ନିର୍ମାତା ଋଷିଆର ଅଟୋମେକର କମ୍ପାନୀ ଉରୁସ ମୋଟର୍ସ ବୋଲି ଜଣାପଡିଛି।
ସୋମବାର ଉଭୟ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଦ୍ୱିପାଖିକ ସମ୍ମିଳନୀରେ ପିଏମ୍ ମୋଦି ଓ ସି ଜିଙ୍ଗପିଙ୍ଗଙ୍କ ମଧ୍ୟରେ ଅନେକ ସମୟ ଧରି ଆଲୋଚନା ହୋଇଥିଲା। ଏହି ସମୟରେ ସି ଜିଙ୍ଗପିଙ୍ଗ କହିଥିଲେ ଯେ ବର୍ତ୍ତମାନ ଡ୍ରାଗନ(ଚାଇନା) ଓ ହାତୀ(ଭାରତ) ସାଙ୍ଗ ହୋଇ ନାଚିବାର ସମୟ ଆସି ପହଞ୍ଚିଛି। ଖାଲି ଏତିକି ନୁହେଁ ସେ ଚାଇନାକୁ ଭାରତର ଉତ୍ତମ ବନ୍ଧୁ ବୋଲି ମଧ୍ୟ କହିଥିଲେ।
ଏହାର ଜାବାବରେ ପ୍ରଧାମନ୍ତ୍ରୀ ମୋଦି ଭାରତ ମଧ୍ୟ ଚାଇନା ସହ ବନ୍ଧୁତ୍ତ୍ୱପୂର୍ଣ୍ଣ ସୌହାର୍ଯ୍ୟ ଆଶା କରୁଛି ବୋଲି ସି ଜିଙ୍ଗପିଙ୍ଗକୁ କହିଥିଲେ। ଏହାସହ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଜଡିତ ବୋଲି କହିଥିଲେ। ସାଂଘାଇ ସହଯୋଗ ସଂଗଠନ (SCO)ର ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ଟ୍ରମ୍ପ ପ୍ରଶାସନର ଶୁଳ୍କ ବିବାଦ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ଥିରତାର ପୃଷ୍ଠଭୂମି ବିରୁଦ୍ଧରେ ମଧ୍ୟ ଜରୁରି ହୋଇପଡିଛି।