ମୁମ୍ବାଇ, ୧।୭: ସୁପରଷ୍ଟାର ୟଶ୍‌ଙ୍କ ବହୁପ୍ରତୀକ୍ଷିତ ପାନ-ଇଣ୍ଡିଆ ଚଳଚ୍ଚିତ୍ର 'ଟକ୍ସିକ୍' ର ଏକ ଦମଦାର ଫିମେଲ୍-ସେଣ୍ଟ୍ରିକ୍ ଟିଜର ରିଲିଜ୍ ହୋଇଯାଇଛି । ଗତ କିଛି ସପ୍ତାହ ହେବ ପ୍ରଶଂସକମାନେ ଲଗାତାର ପ୍ରଶ୍ନ କରୁଥିଲେ, "ଫିଲ୍ମର ଲେଡିଜ୍‌ମାନେ କାହାନ୍ତି ?" ଏବେ ଏହାର ଖୁଲାସା କରିଛନ୍ତି । ୧ ମିନିଟ୍ ୪୧ ସେକେଣ୍ଡର ଏହି ଭିଡିଓରେ ନୟନତାରା, କିଆରା ଆଡଭାନୀ, ତାରା ସୁତାରିଆ, ହୁମା କୁରେସି ଏବଂ ରୁକ୍ମିଣୀ ବସନ୍ତଙ୍କର ଏକ ଶକ୍ତିଶାଳୀ ଝଲକ ଦେଖିବାକୁ ମିଳିଛି । ଏହି ଟିଜର ଆସିବା ପରେ ବକ୍ସ ଅଫିସରେ ଏକ ବଡ଼ ଧମାକା ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

'ଟକ୍ସିକ୍'ର ଡାର୍କ ଥିମ୍, ଦମଦାର ଆକ୍ସନ ଏବଂ ରକିଂ ଷ୍ଟାର ୟଶ୍‌ଙ୍କ ନୂଆ ଅବତାର ଦର୍ଶକଙ୍କ ଉତ୍କଣ୍ଠାକୁ ବହୁଗୁଣିତ କରିଦେଇଛି । ଟିଜରର ଆରମ୍ଭ କୌଣସି ଆକ୍ସନ ସିନ୍‌ରୁ ନୁହେଁ, ବରଂ ଏକ ଚମକାଇଦେଲା ଭଳି ଚେତାବନୀରୁ ହୋଇଛି । ସ୍କ୍ରିନ୍ ଉପରେ ଲେଖାଯାଇଛି, "ପିଲାମାନେ... ଦୂରେଇ ରୁହନ୍ତୁ । ବାପା, ମା’... ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ପିଲାମାନେ ଦୂରେଇ ରହିବେ । ଜେଜେବାପା-ଜେଜେମା'... ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ପିଲାମାନଙ୍କ ପିଲାମାନେ ମଧ୍ୟ ଦୂରେଇ ରହିବେ । ଅଜା-ଆଈ... ଏବେ ଏହା ଆପଣଙ୍କ ନିଜ ରିସ୍କ ।" ଏହି ଚେତାବନୀ ସ୍ପଷ୍ଟ ସଂକେତ ଦେଉଛି ଯେ ଫିଲ୍ମର କଣ୍ଟେଣ୍ଟ ଅତ୍ୟନ୍ତ ଡାର୍କ ଏବଂ ଇଣ୍ଟେନ୍ସ ହେବାକୁ ଯାଉଛି ।

ଏହା ବି ପଢ଼ନ୍ତୁ... କେତନ-ସିୟାଙ୍କ କୁଣ୍ଡଳୀ ମ୍ୟାଚ୍ କରାଇଥିଲେ ପରିବାର, ୩୬ ରୁ ମିଶୁଥିଲା ୨୭ ଗୁଣ, ପଣ୍ଡିତ କହିଥିଲେ ଦୁହିଁଙ୍କର ହେବ ଆଦର୍ଶ ବିବାହ...

ଚେତାବନୀ ପରେ ଟିଜରରେ ୟଶ୍‌ଙ୍କର ଏକ ଅତି ରଫ୍ ଏବଂ ଦମଦାର ଲୁକ୍ ନଜର ଆସିଛି । ଚମତ୍କାର ସିନେମାଟୋଗ୍ରାଫି, ହାଇ-ଅକ୍ଟେନ୍ ଆକ୍ସନ, ଷ୍ଟାଇଲିସ୍ ଭିଜୁଆଲ୍ସ ଏବଂ ବିଜିଏମ୍ ଟିଜର ଫିଲ୍ମ ପାଇଁ ଉତ୍କଣ୍ଠା ବଢ଼ାଇଛି । ଯଦିଓ ମେକର୍ସ କାହାଣୀର ଅଧିକ ଖୁଲାସା କରିନାହାନ୍ତି, ତଥାପି ଏହି ସସପେନ୍ସ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ବଢ଼ାଇବାରେ ସଫଳ ହୋଇଛି । ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ହାଇ-ବଜେଟ୍ ଚଳଚ୍ଚିତ୍ର ପ୍ରଥମେ ମାର୍ଚ୍ଚ ୧୯ରେ ଫିଲ୍ମ 'ଧୁରନ୍ଧର ୨' ସହ ମୁକ୍ତିଲାଭ କରିବାର ଥିଲା । କିନ୍ତୁ, ମିଡିଲ୍ ଇଷ୍ଟ ଦେଶଗୁଡ଼ିକରେ ଚାଲିଥିବା ଉତ୍ତେଜନା ଏବଂ ଆନ୍ତର୍ଜାତୀୟ ବିତରଣ ସମସ୍ୟା ଯୋଗୁଁ ଏହାର ରିଲିଜ୍ ଡେଟ୍ ବାରମ୍ବାର ଘୁଞ୍ଚାଯାଇଥିଲା । ଏବେ ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ଜୁଲାଇର ପ୍ରଥମ ଦିନରେ ୟଶ୍‌ଙ୍କ ମହିଳା ଗ୍ୟାଙ୍ଗ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛନ୍ତି । ସୂଚନା ଅନୁସାରେ, ଏହି ମେଗା ପାନ-ଇଣ୍ଡିଆ ଫିଲ୍ମଟି ଆସନ୍ତା ୨୬ ଅଗଷ୍ଟ ୨୦୨୬ରେ ପ୍ରେକ୍ଷାଳୟକୁ ଆସିବ ।