ମୁମ୍ୱାଇ – ଶାହିଦ କପୁରଙ୍କ ପିଲ୍ମ ‘ ଓ ରୋମିୟୋ’ ଫିଲ୍ମରେ ରିଲିଜ ହୋଇ ସାରିଛି ଏବଂ ଏହାକୁ ଅଡିୟାନ୍ସଙ୍କ ଠାରୁ ଭଲ ରେସ୍ପନ୍ସ ମିଳୁଛି। ଫିଲ୍ମକୁ ଏବେସୁଦ୍ଧା ମିଶ୍ରିତ ପ୍ରତିକ୍ରିୟା ମିଳିଛି ଏବଂ ଏହାର ଆୟ ମଧ୍ୟ ବକ୍ସ ଅଫିସରେ ଠିକ୍ ଠାକ୍ ରହିଛି। ‘ ଓ ରୋମିୟୋ’କୁ ପ୍ରମୋଟ୍ କରିବାକୁ ଫିଲ୍ମର ପୂରା ଟିମ୍ କପିଲ ଶର୍ମାଙ୍କ ଶୋ’ ରେ ମଧ୍ୟ ପହଞ୍ଚି ଥିଲେ।
ଶନିବାର ‘ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’ର ନୂଆ ଏପିସୋଡ୍ ସାମ୍ନାକୁ ଆସିଥିଲା, ସେଠାରେ ‘ ଓ ରୋମିୟୋ’ର କାଷ୍ଟ ଶାହିଦ କପୁର , ତୃପ୍ତି ଡମିରୀ , ଅଭିନାଶ ତିୱାରୀ ଓ ଫରିଦା ଜଲାଲ ପହଞ୍ଚି ଥିଲେ । ତାଙ୍କ ସହ ଡାଇରେକ୍ଟର ବିଶାଲ ଭରଦ୍ୱାଜ ମଧ୍ୟ ଥିଲେ , ଏହି ସମୟରେ ପୂରା ଟିମ୍ ପରସ୍ପର ସହ କାମ କରିବାର ନିଜ ଏକ୍ସପିରିୟନ୍ସ ସେୟାର କରିଥିଲେ।
ଆହୁରି ମଧ୍ୟ ପଢନ୍ତୁ : ରାଜପାଲ ଯାଦବ ଜେଲରୁ ବାହାରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ସ୍ତ୍ରୀ, କହିଲେ ‘ସେ ଜେଲରେ ଅଛନ୍ତି ଏବଂ ଠିକ୍ ଅଛନ୍ତି ’
ଏହି ମଧ୍ୟରେ କପିଲ ଶର୍ମା ବିଶାଲ ଭରଦ୍ୱାଜଙ୍କୁ ଏକ ପ୍ରମୁଖ ପ୍ରଶ୍ନ ମଧ୍ୟ ପଚାରି ଥିଲେ। କମେଡିଆନ ନିଜର ଶୋ’ରେ ନାନା ପାଟେକର ଓ ବିଶାଲ ଭରଦ୍ୱାଜଙ୍କ ବନ୍ଧୁତ୍ୱର ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଡାଇରେକ୍ଟର ଓ ଅଭିନେତା ପରସ୍ପରକୁ ଗତ ପାଖାପାଖି ୩୦ ବର୍ଷରୁ ଜାଣନ୍ତି, କିନ୍ତୁ ଆଜି ଯାଏ ଦୁହେଁ କେବେ ଏକାଠି କାମ କରି ନାହାନ୍ତି।
ବିଶାଳ ଭରଦ୍ୱାଜଙ୍କୁ କପିଲ ପଚାରି ଥିଲେ ଯେ,ସେ କାହିଁକି ଆଜିସୁଦ୍ଧା ଏତେ ଟାଲେଣ୍ଟେଡ୍ ଅଭିନେତାଙ୍କ ସହ କାମ କରୁ ନାହାନ୍ତି ? ତ ଏହାର ଉତ୍ତରରେ ଡାଇରେକ୍ଟର କହି ଥିଲେ, ଏହା ମୋର ହିଁ ଭୁଲ୍ ଥିଲା । ମୁଁ ପୂର୍ବେ କେବେ ନାନା ପାଟେକରଙ୍କୁ ଏମିତି କୌଣିସ ରୋଲ୍ ଦେଇ ନଥିଲି। ସବୁ ଲୋକ ନାନା ପାଟେକରଙ୍କୁ ବହୁତ ଡ଼ରନ୍ତି , ହେଲେ ସେ ହୃଦରରୁ ବହୁତ ନରମ ଓ ଭଲ ମଣିଷ। ନାନା ମୋ ପ୍ରତି ଏଥିପାଇଁ ଖୁବ୍ ନିରାଶ ଥିଲେ, କାରଣ ମୁଁ ତାଙ୍କୁ କେବେ କାମ ଦେଇ ନଥିଲି। ସେ ଯେଉଁଠି ବି ମୋତେ ଭେଟୁ ଥିଲେ ତ ଧରି ନେଉଥିଲେ ଏବଂ ମନେପକାଇ ଦିଅନ୍ତି ଯେ, ଆରେ ମୁଁ ନାନା ପାଟେକର , ଅଭିନେତା , କେବେ ମୋତେ ନେବ ? ମୋତେ ଏହା ଖୁବ୍ ଲଜ୍ଜା ବୋଧ ହୁଏ , କିନ୍ତୁ ଶେଷରେ ଆମେ ଏକାଠି କାମ ହିଁ କଲୁ ଏବଂ ଏଥିରେ ମୋତେ କିଛି ସମୟ ଲାଗିଲା।
ନାନା ପାଟେକର ‘ଓ ରୋମିୟୋ’ରେ ଏକ ପ୍ରମୁଖ ରୋଲ୍ ପ୍ଲେ କରୁଛନ୍ତି। ଏବେ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟ ହୋଇ ଥିଲା, ସେତେବେଳେ ସେଠାରେ ମଧ୍ୟ ଏକ ବଡ଼ କଣ୍ଟ୍ରୋଭର୍ସି ହୋଇଥିଲା।ନାନା ପାଟେକର ଇଭେଣ୍ଟରୁ ହଠାତ୍ ଉଠି ଚାଲିଗଲେ। ତାଙ୍କର ଅଭିଯୋଗ ଥିଲା ଯେ, ଅନ୍ୟ କାଷ୍ଟ ସଠିକ୍ ସମୟରେ ଆସି ନଥିଲେ, ହେଲେ ସେ ଠିକ୍ ସମୟରେ ପହଞ୍ଚି ଯାଇଥିଲେ। ଏଥିପାଇଁ ସେ ସେଠାରୁ ଚାଲିଗଲେ। ଟ୍ରେଲର ଲଞ୍ଚ ବେଳେ ବିଶାଲ ଭରଦ୍ୱାଜ ମଧ୍ୟ ଏହି ପ୍ରସଙ୍ଗରେ କହିଥିଲେ । ହେଲେ ସେ ଅଭିନେତାଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ନଥିଲେ , ବରଂ ତାଙ୍କ ନେଚରର ପ୍ରଶଂସା କରିଥିଲେ।