ପ୍ରମୂଖ ଖବର
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ୟୁପିଆଇରେ ଟଙ୍କା ମାଗିବା ରିକ୍ୱେଷ୍ଟ ପଠାଇ ହେବନି

Published By : Anindita Ratha | August 15, 2025 8:19 AM

ନୂଆଦିଲ୍ଲୀ,୧୫/୦୮:  ୟୁପିଆଇରେ ଆଉ ଟଙ୍କା ଧାର କରିପାରିବେ ନାହିଁ ଗ୍ରାହକ। ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ସୁବିଧା । ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ ଅଫ୍‌ ଇଣ୍ଡିଆ ଅକ୍ଟୋବର ପହିଲାରୁ ୟୁପିଆଇରେ ପିଅର-ଟୁ-ପିଅର କଲେକ୍ଟ ରିକ୍ୟୁଏଷ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଯାହା ଦ୍ୱାରା କୌଣସି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଙ୍କା ମାଗିବା ରିକ୍ୱେଷ୍ଟ ପଠାଇ ପାରିବେ ନାହିଁ । 

ପିଟୁପି କଲେକ୍ଟ ରିକ୍ୱେଷ୍ଟ ବା ପୁଲ୍‌ ଟ୍ରାଞ୍ଜାକ୍ସନ ଏକ ଏଭଳି ସୁବିଧା, ଯେଉଁଥିରେ ଜଣେ ୟୁପିଆଇ ୟୁଜରଅନ୍ୟ ଜଣେ ୟୁପିଆଇ ୟୁଜରଙ୍କୁ ଟଙ୍କା ମାଗିବା ସମ୍ପର୍କିତ ରିକ୍ୱେଷ୍ଟ ପଠାନ୍ତି । ରିକ୍ୱେଷ୍ଟ ପାଇବା ପରେ ଟଙ୍କା ଦେଉଥିବା ବ୍ୟକ୍ତି ୟୁପିଆଇ ପିନ୍‌ ଜରିଆରେ ପେମେଣ୍ଟକୁ ମଞ୍ଜୁରୀ ଦେଇଥାନ୍ତି । ଏହି ଫିଚରକୁ ବ୍ୟବହାର କରି ସାଇବର ଅପରାଧିମାନେ ଲୋକଙ୍କୁ ଠକୁଥିଲେ । ଅଜଣା ନମ୍ବରରୁ ରିକୁଏଷ୍ଟ ପଠାଇ ଲୋକଙ୍କୁ ଟଙ୍କା ପଠାଇବାକୁ ଅନୁରୋଧ କରୁଥିଲେ। ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ NPCI ଏହି ନିଷ୍ପତ୍ତି ନେଇଛି। ତେବେ ଏହି କଟକଣା ସମସ୍ତଙ୍କ ପାଇଁ ଲାଗୁ ହେବ ନାହିଁ। ଏହି ପ୍ରତିବନ୍ଧକ କେବଳ P2P ସଂଗ୍ରହ ଅନୁରୋଧ ଅର୍ଥାତ୍ ବ୍ୟକ୍ତିଗତ ରିକୁଏଷ୍ଟ ସ୍ତରରେ ଲାଗୁ ହେବ। ତେବେ ବ୍ୟବସାୟୀମାନେ ଯେପରିକି Flipkart, Amazon, Swiggy, କିମ୍ବା IRCTC ବୈଧ ବ୍ୟବସାୟ ପାଇଁ କେଲକ୍ଟ ରିକୁଏଷ୍ଟ ସୁବିଧା ବ୍ୟବହାର କରିପାରିବେ। ଯଦି ଉପଭୋକ୍ତା ପେମେଣ୍ଟକୁ ଅନୁମତି ଦେବେ ତେବେ ଏହା ହୋଇପାରିବ। ଏନପିସିଆଇ ସମସ୍ତ ବ୍ୟାଙ୍କ ଏବଂ ୟୁପିଆଇ ଆପଗୁଡ଼ିକୁ ୧ ଅକ୍ଟୋବର ୨୦୨୫ ସୁଦ୍ଧା P2P କେଲକ୍ଟ   ରିକ୍ୟୁଏଷ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.