ପ୍ରମୂଖ ଖବର
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ

Published By : Manoj | August 26, 2025 8:01 AM

ନୂଆପଡ଼ା/ଖଡ଼ିଆଳ, ୨୬/୦୮:ନୂଆପଡ଼ା  ଜିଲ୍ଲା ଖଡ଼ିଆଳ ଥାନା  ତୁକଲା ଗାଁରେ  ଅଭାବନୀୟ ଘଟଣା  ଘଟିଛି । ଆକସ୍ମିକ  ଅଗ୍ନିକାଣ୍ଡରେ ଦମ୍ପତି  ଦଗ୍ଧ ହୋଇଯାଇଛନ୍ତି । ହେଲେ ସୌଭାଗ୍ୟବଶତଃ ୯ମାସର ଶିଶୁପୁତ୍ର  ବର୍ତ୍ତିଯାଇଛି । ମୃତକ ହେଲେ ରାଜେଶ ପଟେଲ  (୨୭) ଓ ସ୍ତ୍ରୀ ରୀମା ପଟେଲ(୨୫) । 

ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ରାଜେଶ ଓ ରୀମା  ରୋଷେଇ କରୁଥିଲେ । ଏହି ସମୟରେ ଘରେ ହଠାତ୍‌  ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପୀ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘରୁ ବାହାରିବାକୁ ସମୟ ପାଇପାରି ନ ଥିଲେ ଦମ୍ପତି । ଜୀବନ୍ତ ଜଳି ଯାଇଥିଲେ । ରାଜେଶଙ୍କ ବାପା ମକାରୁ ପଟେଲ ଓ ମା’ଗୀତା ପଟେଲ ୯  ମାସର ଶିଶୁପୁତ୍ରକୁ  ଧରି ଅନ୍ୟ କୋଠରିରେ ଖେଳାଉଥିବା ବେଳେ  ଏଭଳି ହୃଦୟ ବିଦାରକ  ଘଟଣା ଘଟିଥିଲା ।  ପଡ଼ୋଶୀ ପହଞ୍ଚି  ବହୁକଷ୍ଟରେ ରାଜେଶ ଓ ରୀମାଙ୍କୁ ଉଦ୍ଧାର କରି ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ରାଜେଶ ଓ ରୀମାଙ୍କୁ ଡାକ୍ତର ମୃତ ଘୋଷଣା  କରିଥିଲେ । ମା-ବାପାଙ୍କୁ ହରାଇ ୯ ମାସର ଶିଶୁପୁତ୍ର  ଅନାଥ ହୋଇଯାଇଛି । ବିଦ୍ୟୁତ୍‌ ସର୍ଟସର୍କିଟରୁ ଘରେ  ନିଆଁ ଲାଗିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।  କିନ୍ତୁ ଏତେ ଜୋରରେ ନିଆଁ କିଭଳି ଲାଗିଲା ଏବଂ ସ୍ୱାମୀ-ସ୍ତ୍ରୀ କିପରି ଘରୁ ପଦାକୁ ବାହାରି ପାରିଲେନି  ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ପାଇ  ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.